ଜିଲ୍ଲା ୱେବ ମିଡ଼ିଆ ସଂଘର ନୂଆଖାଇ ଭେଟଘାଟ ଓ ଦ୍ୱିତୀୟ ବୈଠକ 

0
44
ଜିଲ୍ଲା ୱେବ ମିଡ଼ିଆ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୧୦) : ସୁବର୍ଣ୍ଣପୁର ର ଇଷ୍ଟଦେବି ମାଁ ସୁରେଶ୍ୱରୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘ ର ନୂଆଖାଇ ଭେଟଘାଟ ଓ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l

ସଂଘ ର ସଭାପତି ପିତାମ୍ବର ମହାପାତ୍ର ଙ୍କ ସଭାପତିତ୍ୱ ରେ ହୋଇଥିବା ଏହି ବୈଠକ ରେ ସଂଘ ର ଉପଦେଷ୍ଟା ପ୍ରକାଶ ବେବର୍ତ୍ତା, ରାଜେଶ ସେଠି, ଆଶୁତୋଷ ପୁଝାରୀ, ମନରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ୱେବ ମିଡ଼ିଆ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ l ଏହି ବୈଠକ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡିକ ରେ ଦୁଇ ମାସ ବ୍ୟବଧାନ ରେ ଥରେ ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତ ହେବ ଓ ଜିଲ୍ଲାର ବିଭିନ୍ନ ଜନହିତକର କାର୍ଯ୍ୟ ପାଇଁ ସଂଘ ସବୁବେଳେ ପ୍ରୟାସ ଜାରିରହିବ ବୋଲି ନିଷ୍ପତି ନିଆଯାଇଥିଲା l

ସଂଘ ର ସମ୍ପାଦକ ସହଦେଵ ମେହେର ସଂକ୍ଷିପ୍ତବିବରଣୀ ଜ୍ଞାପନ କରିଥିବା ବେଳେ ଏହି ଦିବସ ରେ ଗୁରୁଦେବ ମେହେର, ଶୋଭାପ୍ରକାଶ ମିଶ୍ର, ମଣ୍ଟୁ ମନ୍ତ୍ରା, ରାଜେଶ ବାଘ, ସର୍ଜନ ପାଣ୍ଡେ, ସୁଦାମ ମେହେର, ଶିଶୁପାଳ ଖମାରି, ରାମଶଙ୍କର ସାମନ୍ତରାୟ, ପ୍ରଶାନ୍ତ ସେଠ, ଗୋପାଳ ମାଝୀ, ପ୍ରହଲ୍ଲାଦ ଦାଶ, ରାମଭକ୍ତ ଷଡ଼ଙ୍ଗୀ, ସାଗର ଜେନା, କିଶୋର ସାହୁ, କଲ୍ୟାଣ ନାଏକ, ସରୋଜ ପଧାନ,ସୁକାନ୍ତ ମିଶ୍ର, ମାନଭଞ୍ଜନ ପୁଝାରୀଙ୍କ ସମତେ ସମସ୍ତ ସଭ୍ୟ ଯୋଗ ଦେଇ ଥିଲେ ପରେ ସଭ୍ୟ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l