ରାଜସ୍ୱ ଅମଲା ସଙ୍ଘ କର୍ମକର୍ତା ସହ ଜିଲ୍ଲାପାଳ ଆଲୋଚନା

0
50
ରାଜସ୍ୱ ଅମଲା ସଙ୍ଘ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୧୦) : ସୁବର୍ଣ୍ଣପୁର ଜିଲ୍ଲା ର ନୂତନ କର୍ମକର୍ତା ଓ ଅନ୍ୟାନ ସଭ୍ୟ ମାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ସୌଜନ୍ୟ ମୂଳକ ସାକ୍ଷାତ ଓ ଆଲୋଚନା କରିଥିଲେ lWhatsApp Image 2023-10-02 at 07.01.38

ଜିଲ୍ଲପାଳ ଶ୍ରୀ ରାୟ କର୍ମଚାରୀ ଙ୍କ ପ୍ରତି ତାଙ୍କର ଭାବାବେଗ ପ୍ରକାଶ ପୂର୍ବକ ଜିଲ୍ଲା ପ୍ରଶାସନ କୁ ଲୋକଆଭିମୁଖୀ କରିବା ନିମନ୍ତେ ସମସ୍ତ କର୍ମଚାରୀ ଙ୍କ ସହଯୋଗ ଲୋଡିବା ସଂଗେ ସଂଗେ ଜିଲ୍ଲା ପ୍ରଗତି ରେ ସମସ୍ତେ ନିଜ ନିଜ ସର୍ବଶ୍ରେଷ୍ଠ ଯୋଗଦାନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ l ଆଗାମୀ ଦିନରେ କର୍ମଚାରୀ ମାନଙ୍କ ବିଭିନ୍ନ ଅସୁବିଧା ଓ ଅଭିଯୋଗ ର ସହୃଦୟତା ସହ ବିଚାର କରାଯିବ ବୋଲି ଜଣାଇଥିଲେ ଏବଂ ନୂତନ କର୍ମକର୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ l ଏହା ପରେ ସୁବର୍ଣ୍ଣପୁର ଜିଲ୍ଲା ରାଜସ୍ବ ଅମଲା ସଙ୍ଘର କର୍ମକର୍ତା ଓ ଅନ୍ୟ ସଭ୍ୟ ସମୂହ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ଆରକ୍ଷୀ ଅଧିକାରୀ ଅମରେଶ ପଣ୍ଡା ଙ୍କୁ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ l

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ରାଜସ୍ୱ ଅମଲା ସଙ୍ଘ ତରଫରୁ ଅଧକ୍ଷ୍ୟ ନୀଳାମ୍ବର ଶତପଥୀ, ଉପାଧ୍ୟକ୍ଷ ସହଦେଵ ମେହେର, ସଭାପତି ଜ୍ୟୋତିରଞ୍ଜନ ଦାନୀ, ସମ୍ପାଦକ ବନମାଳୀ ମେହେର, କୋଷାଧ୍ୟକ୍ଷ ଜିତେନ୍ଦ୍ରିୟ ଦୀପ, କାର୍ଯ୍ୟାଳ ସମ୍ପାଦକ ଦୀପକ ବିଶ୍ୱାଳ, ମୁଖ୍ୟ ପରାମର୍ଶ ଦାତା ଅଶୋକ ମିଶ୍ର, ପରାମର୍ଶଦାତା ନିମାଇଁ ବେହେରା, ଗୋପାଳ ପଣ୍ଡା, ଅରବିନ୍ଦ ବାରିକ, ସୁରେଶ ବେହେରା, କାର୍ଯ୍ୟକାରିଣି ସଭ୍ୟ ସ୍ୱରୂପ ରଞ୍ଜନ ପୁଜାହାରୀ, ମିନି ପଣ୍ଡା, ସଂଯୁକ୍ତା କାଣ୍ଡ, ସବିତା କୁଅଁର, ଦୁଃଖିଶ୍ୟାମ ସେଠୀ, ଶିବଦତ୍ତ ଦାଶ, ଅରକ୍ଷିତ ନାୟକ, ରିତା ଶତପଥୀ, ସୂର୍ଯ୍ୟନାରାୟଣ ପୁରୋହିତ, ବିଶ୍ଵାପ୍ରତାପ ସେଠ, ଆଲୋକ ଦାଶ, ଛନ୍ଦା ଚରଣ ମିଶ୍ର, ଅଶୋକ ଭୋଇ, ବାବୁଲାଲ ସେଠ, ମାନସ ସାହୁ,ବିଶ୍ୱଭୂଷଣ ମହାପାତ୍ର, ମୋନାଲିଶା ନାୟକ, କଲ୍ୟାଣୀ ନାଗ, ମଛିନ୍ଦ୍ର ସୁନା, ସଂପୂର୍ଣା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ l