Friday, March 29, 2024

Top 5 This Week

Related Posts

ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ଶ୍ରମଦାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧/୧୦) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଅବସ୍ଥିତ ଗୁଣପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସ୍ଵେଛାସେବି ମାନଙ୍କ ଦ୍ଵାରା ଏକ ଘଣ୍ଟା ପାଇଁ ଏକ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀ ଭୂଷଣ ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରି ମାନଙ୍କୁ ସ୍ୱଚ୍ଚତାର ଆବଶ୍ୟକତା ସଂପର୍କରେ ନିଜ ଅଭିଭାଷଣ ରଖିଥିଲେ । ଡ. ସୂର୍ଯ୍ୟ ନାରାୟଣ ପଣ୍ଡା ସ୍ଵେଚ୍ଛା ସେବିଙ୍କୁ ଉତ୍ସାହିତ କରିବା ସହ ସ୍ୱଚ୍ଛତା ପାଇଁ ଶ୍ରମଦାନର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ସୁଶ୍ରୀ ଲେଖା ଦାସ, ସମୀର କୁମାର ରାଜୁ, ପ୍ରଦୀପ, ସୃତି ରଂଜନ, ଜନ ଓ ଅନ୍ୟ ଛାତ୍ର ଛାତ୍ରି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Popular Articles