ସେଞ୍ଚୁରିଅନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

0
46
ସେଞ୍ଚୁରିଅନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୧/୧୦) : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ତରଫରୁ ଫାର୍ମାସୀ ବିଭାଗ ଅନୁକୂଲ୍ୟରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅଧିନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-01 at 20.17.53 (1)

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ଼ା. ରାଜେଶ କୁମାର ପାଢୀଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବେହେରାଗୁଡା ଗାଁ’ରେ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଗାଁ ପରିସରରେ ସଫଇ କାର୍ଯ୍ୟକ୍ରମ କରିଥଲେ । ଏଥିସହିତ ସ୍ୱଚ୍ଛତା ମନୁଷ୍ୟ ଜୀବନଶୈଳୀରେ ଆବଶ୍ୟକତା ସଂମ୍ପର୍କରେ ଛାତ୍ରଛାତ୍ରୀ ମାନେ ଆଞ୍ଚଳବାସୀଙ୍କୁ ସଚେତନତା କରିଥିଲେ । କାର୍ଯ୍ୟକ୍ରମରେ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ସହକାରୀ ପ୍ରଫେସର ଦୀପଙ୍କର ରଥ, ଅଭିନାଶ ପାତ୍ର, ଅଧ୍ୟାପିକା ପଲ୍ଲିଶ୍ରୀ ଗୁକ୍ତା, ଭରତଭୂଷଣ ସାହୁ, ବବିଲତା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ତରଫରୁ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସ୍କୁଲ ପରିସର ସଫେଇ କରାଯାଇଛି।