Thursday, October 22, 2020
Home Death Case ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ ରାୟଗଡାଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଏକ ଦୁଃଖଦ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଵିଶେଷ ସୁତ୍ରରୁ ପ୍ରକାଶ ଆଜି ଅପରାହ୍ନରେ ଆମ୍ବାଦଳା ବଡହରିଜନ ସାହିର ନରେଶ ସୁନା ୨୬ ପିତା -ଜୟମଲ୍ ସୁନା, ଅର୍ଜାଲୁ ପଲକିଆ ୩୪ ପିତା-ଦୀନବନ୍ଧୁ ପଲକିଆ, ତ୍ରୀପତି ହିଆଳ ପିତା-ଚନ୍ଦ୍ରକଳା ହିଆଳ ଚାଷ ପାଇଁ ଗୋରୁ ଚରାଉ ଥିଲେ । ପ୍ରାୟ ୨.୩୦ସମୟରେ ବର୍ଷା ସାଙ୍ଗକୁ ଶକ୍ତ ବିଜୁଳୀ ମାରୁଥିଲା ଭୟରେ ଏହି ତିନି ଜଣ ଗୋରୁ ଛାଡି ଅମ୍ବାଦଳାସ୍ଥିତ ଵେଦାନ୍ତ ଵ୍ରିଜ୍ ପାଖରେ ଥିବା ଏକ ଗଛ ନିକଟକୁ ନିଜକୁ ବର୍ଷାରୁ ରକ୍ଷା ପାଇବା ପାଇଁ ଯାଉଥିବା ସମୟରେ ଏହି ତିନି ଜଣଙ୍କ ଉପରେ ଶକ୍ତ ବିଜୁଳୀ ପଡିବା ଫଳରେ ଗୁରୁତର ଅବସ୍ଥାରେ ପଡିଥିଵା ତିନିଜଣଙ୍କୁ ଦେଖି ଗ୍ରାମ ଵାସିଙ୍କ ସହଯୋଗରେ ଆମ୍ଵାଦଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସଚିନ୍ ତ୍ରିପାଠୀ ,ନରେଶ ସୁନା ଓ ଅର୍ଜାଲୁ ପଲକିଆଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ତ୍ରୀପତି ହିଆଳଙ୍କୁ ଗୁରୁତର ଅବସ୍ଥାରେ ରାୟଗଡାଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଆମ୍ବାଦଳା ପୋଲିସ୍ ତରଫରୁ ଏସ୍ ଆଇ ପ୍ରକାଶ ଚନ୍ଦ୍ର ଵେହେରା ଇଉଡି କେଶ କରିବା ସହ ପୋଷ୍ଟମଟମ୍ କରାଯିବା ପରେ ଦୁଇ ପରିବାରଙ୍କୁ ଶଵ ହସ୍ତାନ୍ତର କରାଯାଇଥିଲା। ଏହି ଦୁଃଖଦ ଘଟଣା ରେ ଆମ୍ବାଦଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସରକାର ତୁରନ୍ତ ମୃତ ପରିବାରଙ୍କୁ ସହାୟତା ପ୍ରଦାନ କରିବା ସହ ଚିକିତ୍ସାଧିନ ତ୍ରୀପତିଙ୍କୁ ସମ୍ପୂର୍ଣ୍ଣ ଉଚ୍ଚମାନର ଚିକିତ୍ସା ଓ ସରକାରୀ ଖର୍ଚ୍ଚରେ କରାଯିବାକୁ ଵୁଦ୍ଧିଜୀଵି ମହଲରେ ଦାବି କରିଛନ୍ତି। ଏତଦ୍ ଵ୍ୟତୀତ ଏହି ଦୁଃଖଦ ଘଟଣାରେ ଵିଜେଡିର ଆଗଧାଡ଼ିର ଯୁବନେତା ଧୀରୁପାଣିଗ୍ରାହି, ଵିଜେଡି ବ୍ଲକ ସଭାପତି ଶ୍ରୀରତନଲାଲ ଜୈନ ଓ ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗ୍ଉଡ ଗଭିର ଦୁଃଖ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: