Friday, March 29, 2024

Top 5 This Week

Related Posts

ଫୁଟ୍‌ପାଥ୍‌ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ି ପଳାଇଲା କାର୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୧୦) : ରାଜଧାନୀ ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌ । ଫୁଟ୍‌ପାଥ୍‌ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ି ପଳାଇଲା କାର୍‌ । ମୃତ ଶ୍ରମିକ ଜଣଙ୍କର ପରିଚୟ ମିଳିନାହିଁ ।

ଦିନ ସାରା ଆକ୍ରାନ୍ତ ପରିଶ୍ରମ କରି ଥକି ପଡ଼ିଥିଲା ଥିଲା ଶ୍ରମିକଟି । ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାରୁ ନିଜର କ୍ରାନ୍ତ ମେଣ୍ଟାଇବା ପାଇଁ ରାଜମହଲ ଛକରେ ଥିବା ଫୁଟ୍‌ପାଥରେ ଶୋଇପଡ଼ିଥିଲା । ହଠାତ୍‌ ଏକ କାର୍‌ ଆସି ତା’ ଉପରେ ଚଢ଼ି ଯାଇଥିଲା । ପରେ ଘଟଣାସ୍ଥଳରୁ କାର୍‌ ନେଇ ଫେରାର ହୋଇଯାଇଥିଲା ଡ୍ରାଇଭର । ଅନ୍ୟପକ୍ଷରେ ଘଟଣାସ୍ଥଳରେ ଶ୍ରମିକଟିର ମୃତ୍ୟୁ ଘଟିଥିଲା । ଗତକାଲି ବିଳମ୍ବିତ ରାତିର ଏହି ଘଟଣା ଘଟିଛି । ଫୁଟପାଥରେ କାର୍‌ ଚକାର ଦାଗ ରହିଛି । କିଏ ଶ୍ରମିକଙ୍କ ଉପରେ କାର୍‌ ମଡ଼ାଇ ପଳାଇଲା, ତାହା ପଡ଼ିନାହିଁ । କମିଶନରେଟ୍‌ ପୁଲିସ ଏନେଇ ଖୋଳତାଡ ଆରମ୍ଭ କରିଛି । ଅନ୍ୟପକ୍ଷରେ ଶ୍ରମିକ ଜଣଙ୍କ କିଏ, ତାଙ୍କ ଘର କେଉଁଠି ପୁଲିସ ତାର ଖୋଳତାଡ଼ ଆରମ୍ଭ କରିଛି ।

ପରିଚୟ ପାଇଁ ମୃତକ ଶ୍ରମିକଙ୍କ ଫଟୋକୁ ସାର୍ବଜନୀନ କରିଛି ପୁଲିସ । ଏହାସହ ମୃତଦେହକକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଘଟଣା ରାତି ଗୋଟାଏ ୪୦ ମିନିଟ ଭିତରେ ଘଟିଛି । ମୃତ ଶ୍ରମିକ ଜଣଙ୍କ ଫୁଟ୍‌ଫାଥରେ ଶୋଇଥିଲେ । ହଠାତ୍ ଏକ କାର୍‌ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା । ତାଙ୍କ ପାଖରେ ଅନ୍ୟ ଶ୍ରମିକମାନେ ଶୋଇଥିଲେ । ସେମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Popular Articles