ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌

1
60
ଏଟିଏମ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୧/୧୦) : ବାଲେଶ୍ୱରର ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି ।

ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଏଟିଏମ୍‌ ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି । ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନି । କେବଳ ଲୋକଙ୍କ କହିବା କଥା କାଲି ଏହି ଏଟିଏମ୍‌ରେ ଟଙ୍କା ଭର୍ତି କରାଯାଇଥିଲା । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି । ହେଲେ ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କର କୌଣସି ଅଧିକାରୀ ଆସିନଥିବାରୁ ଆଗକୁ ବଢ଼ି ପାରିନି ପୁଲିସ୍‌ର ତଦନ୍ତ । ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଫାଣ୍ଡି ମାତ୍ର ୫୦ ରୁ ୬୦ ମିଟର । ଫାଣ୍ଡିରେ କର୍ମଚାରୀ ଥିବା ସତ୍ତ୍ୱେ କିପରି ଏଟିଏମ୍‌ରୁ ଟଙ୍କା ଲୁଟ୍ ହେଲା, ତାକୁ ନେଇ ସ୍ଥାନୀୟ ଲୋକ ଉଠାଇଛନ୍ତି ପ୍ରଶ୍ନ ।

1 COMMENT

Comments are closed.