ବରିଷ୍ଠ ନାଗରିକ, ତଥା ସାମ୍ବାଦିକ ଓ ସମାଜସେବୀ ଏନ. ଏନ ପାଢ଼ୀ ଙ୍କ ବିୟୋଗ

0
56
ବରିଷ୍ଠ ନାଗରିକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୧/୧୦) : ରାୟଗଡା ଜ଼ିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବିଭିନ୍ନ ସଙ୍ଗଠନର ଆଗ ଧାଡିର ନେତୃତ୍ୱ ନେଉଥିବା ଏନ୍. ଏନ୍ ପାଢ଼ୀଙ୍କ ଗତ ଶୁକ୍ରବାର ରାତ୍ର ୧୦ ଘଣ୍ଟିକା ସମୟରେ କୋରାପୁଟ ଜ଼ିଲ୍ଲା ସିମିଲିଗୁଡା ଠାରେ ନିଜ ବଡ ପୁଅଙ୍କ ଘରେ ଇହଧାମ ତ୍ୟାଗ କରିଛନ୍ତି ।WhatsApp Image 2023-10-01 at 07.01.20 (1)

ବରିଷ୍ଠ ନାଗରିକ, ତଥା ସାମ୍ବାଦିକ ଓ ସମାଜସେବୀ ଏନ. ଏନ ପାଢ଼ୀ ଙ୍କ ବିୟୋଗ । ଏହି ସମୟରେ ୪ ପୁଅ ୩ ଝିଅ ନାତି ନାତୁଣୀ ସମସ୍ତେ ଉପସ୍ଥିତ ରହିଥିଲେ l ରାୟଗଡା ବ୍ରାହ୍ମଣ ସାହିରେ ଆସନ୍ତା ଦୁର୍ଗପୁଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଚାଲିଥିଲା ଏହି ସମୟରେ ସ୍ବର୍ଗତ ପାଢ଼ୀଙ୍କର ଇହଧାମ ତ୍ୟାଗ ଖବର ପହଞ୍ଚିଥିଲା ଏହି ଦୁଖଃଦ ଖବର ଶୁଣି ବୈଠକ ସ୍ଥଗିତ କରି ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରଯାଇଥିଲା l ତାଙ୍କରି ମର ଶରୀର କୁ ବ୍ରାହ୍ମଣ ସାହି ବାସି ସ୍ବର୍ଗତ ପାଢ଼ୀଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷାରେ ରହିଥିଲେ l ତାଙ୍କ ମର ଶରୀର ରାତି ୨.୩୦ ମିନିଟରେ ବ୍ରାହ୍ମଣ ସାହିରେ ରହୁଥିବା ତାଙ୍କ ସାନପୁଅ ସତ୍ୟ ପାଢୀଙ୍କ ଘରକୁ ଅଣାଯିଇଥିଲା । ଭୋର ୫ ଟା ସମୟରେ ବ୍ରାହ୍ମଣ ସାହି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।

ସ୍ବର୍ଗତ ପାଢ଼ୀ ୧/୭/୧୯୩୭ ରେ ଜନ୍ମଗ୍ରହଣ କରିଥିଲେ l ଗତ କାଲି ୨୯/୦୯/୨୦୨୩ରେ ୮୭ ବର୍ଷରେ ଇହଧାମ ତ୍ୟାଗ କରି ଚାଲିଗଲେ l ସ୍ବର୍ଗତ ପାଢ଼ୀ ନିଜ ଜୀବନ କୁ ସମାଜ ସେବାରେ ନିୟୋଜିତ କରି ଜନସାଧାରଣ ଙ୍କ ଅତି ଆପଣ ର ହୋଇପାରିଥିଲେ l ତାଙ୍କରି ବିୟୋଗରେ ସମଗ୍ର ରାୟଗଡା ଜିଲ୍ଲା ସ୍ତବ୍ଧ ହୋଇଯାଇଛି l ଆତ୍ମା ର ସଦଗତି ପାଇଁ ଜନସାଧାରଣ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି l

ଏହି ଦୁଖଃଦ ଖବର ପାଇ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପଦ୍ମପୁର ର ବରିଷ୍ଠ ବିଜେଡି ନେତା ରଘୁନନ୍ଦନ ନାୟକ ଓ ରମାକାନ୍ତ ମାଝୀ, ରାୟଗଡା ସହର ର ବରିଷ୍ଠ ବିଜେଡ଼ି ସଂଗଠକ ତଥା ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ, କୋଲନରା ଜିଲ୍ଲା ପରିଷଦ ସଭ୍ୟ ଆଇ ଧବଳେଶ୍ଵର ନାଇଡ଼ୁ, ବିଷମକଟକ ର ବିଜେଡି ନେତା ଶିବା ଦେସିଟି ରାୟଗଡା ଜିଲ୍ଲା ଡୁଡା ର ପ୍ରକଳ୍ପ ନିର୍ଦେଶକ ଗୋରଚନ୍ଦ ଗମାଙ୍ଗ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହିତ ଅମର ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି l