Related Contents

ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା କରାଇବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ

ବରଗଡ଼(ଚିତ୍ତ ରଞ୍ଜନ ସାହୁ): ମାଗଣାରେ ୯୯୮ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ରେ ଭ୍ରମଣ କରିବେ ସିରିଡ଼ି,ନାସିକ ଓ ତ୍ରୟମଂବକେଶ୍ୱର | ରାଜ୍ୟ ସରକାରଙ୍କ ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ଏହା ସମ୍ଭବ ହୋଇପାରିଛି | ଆଜି ଏହି ଯୋଜନା ର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ |

ପଶ୍ଚିମ ଓଡ଼ିଶାର ବରିଷ୍ଠ ନାଗରିକ ମାନଙ୍କର ସ୍ବପ୍ନ ସାକାର ହୋଇଛି, ସ୍ବପ୍ନ ଟି ହେଲା ସିରିଡ଼ି,ନାସିକ ଓ ତ୍ରୟମଂବକେଶ୍ୱର ତୀର୍ଥ ୟାତ୍ରା | ଆଜି ଏହି ତୀର୍ଥଯାତ୍ରା ସମ୍ବଲପୁର ରୁ ଆରମ୍ଭ ହେବା କୁ ଭିଡିଓ କନଫରେନ୍ସ ରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ | ସମ୍ବଲପୁର ରେ ଉଦ୍ଘାଟନ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂ, ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ | ମନ୍ତ୍ରୀ ସୁଶାନ୍ତ ସିଂ ଓ ବିଧାୟିକା ପତାକା ଦେଖାଇ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ ର ଶୁଭାରମ୍ଭ କରିଥିଲେ |
ଏହି ତୀର୍ଥଯାତ୍ରା ରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୯୯୮ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଉପକୃତ ହୋଇଛନ୍ତି | ୬୦ ରୁ ୭୫ ବର୍ଷର ନାଗରିକ ମାନେ ୭ଦିନ ଧରି ଟ୍ରେନ ରେ ନାସିକ, ସିରିଡ଼ି ଓ ତ୍ରୟମଂବକେଶ୍ୱର ଭ୍ରମଣ କରିବେ | ଏହି ସମୟରେ ଯାତ୍ରୀଙ୍କ ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବେ | ସ୍ୱାସ୍ଥ୍ୟ ସେବାର ମଧ୍ୟ ସବୁ ସୁବିଧା ରାଜ୍ୟ ସରକାର କରିବେ |

Comments are closed.