Thursday, October 22, 2020
Home District News ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ଚିତାଭସ୍ମ ନୃସିଂହନାଥ ତ୍ରିବେଣୀ ଘାଟରେ ବିସର୍ଜିତ

ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ଚିତାଭସ୍ମ ନୃସିଂହନାଥ ତ୍ରିବେଣୀ ଘାଟରେ ବିସର୍ଜିତ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର ,ତା ୧୭ /୯/୨୦ ): ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ଚିତାଭସ୍ମ ଆଜି ଗୁରୁବାର ଦିନ ୧୧ ଘଣ୍ଟା ସମୟରେ ଗନ୍ଧମାର୍ଦ୍ଦନ – ନୃସିଂହନାଥ ର ପାପହାରିଣୀ ତୀର୍ଥକ୍ଷେତ୍ର ତ୍ରିବେଣୀ ଘାଟରେ ବିସର୍ଜିତ କରାଯାଇଛି ।

ସ୍ବର୍ଗତ ପୁରୋହିତଙ୍କ ୪ ପୁଅ ସର୍ବ ଶ୍ରୀ ବିଜୟ କୁମାର ପୁରୋହିତ, ଗିରିଧାରୀ ପୁରୋହିତ, ରାମରତନ ପୁରୋହିତ ଓ ପ୍ରଦୀପ ପୁରୋହିତ ସ୍ବର୍ଗତ ପୁରୋହିତଙ୍କ ଚିତାଭସ୍ମକୁ ଆଣି ପାପହାରିଣୀ ଝରଣା ରେ ବିସର୍ଜିତ କରିଥିଲେ । ଏଠାରେ ସୂଚନା ଯୋଗ୍ଯ ଯେ, ଗତ ତା ୧୪ /୯/୨୦ ରିଖ ରାତ୍ର ୯ ଘଣ୍ଟା ସମୟରେ ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ୮୮ ବର୍ଷ ବୟସରେ ବରଗଡ଼ ବିକାଶ ହସପିଟାଲ ରେ ଦେହାନ୍ତ ହୋଇ ଯାଇଥିଲା । ପାଇକମାଲ – ଝାରବନ୍ଦ ରାସ୍ତାରେ ମହାରାଣୀ ମେରୀପୁର ଠାରେ ଥିବା ତାଙ୍କ ଫାର୍ମହାଉସ ରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ଏଠାରେ ସ୍ମରଣ ଯୋଗ୍ଯ ୧୯୪୦ – ୪୧ ମସିହାରେ ଯେତେବେଳେ ନୃସିଂହନାଥ ମନ୍ଦିର ପଣ୍ତା ଘର ଅଧିନରେ ପରିଚାଳିତ ହେଉଥିଲା । ସ୍ବର୍ଗତ ପୁରୋହିତଙ୍କ ପିତା ସ୍ବର୍ଗତ ଉଦୟ ନାଥ ପୁରୋହିତ ନୃସିଂହନାଥ ମନ୍ଦିର ର ଭଣ୍ଡାର ମୁହୁରୀ ଭାବେ କିଛି ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଓ ନିଜେ ମନ୍ଦିରର ପ୍ରଥା ଅନୁଯାୟୀ ଅବିହାରୀ ବାଳକ ଭାବେ ମନ୍ଦିର ର ପୂଜକ କିଛି ବର୍ଷ ପାଇଁ ତୁଲାଇଥିଲେ । ଦ୍ବିତୀୟତଃ ଶିବ ପୁରାଣର ବର୍ଣ୍ଣନା ଅନୁଯାୟୀ ଭଗବାନ ଶିବ ସାରା ବିଶ୍ବର ଅନେକ ତୀର୍ଥ କ୍ଷେତ୍ର ପରିଭ୍ରମଣ କଲାପରେ ମଧ୍ୟ ଗୋ ଦୋଷରୁ ମୁକ୍ତି ପାଇ ନ ଥିଲେ । ଶେଷରେ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବାହିତ ପାପହାରିଣୀ ତୀର୍ଥକ୍ଷେତ୍ରରେ ବୁଡଦେବା ପରେ ଭଗବାନ ଶିବ ଗୋ ବଧରୁ ମୁକ୍ତି ପାଇଥିଲେ ।

This slideshow requires JavaScript.

ଏହି ପୁରାଣ କଥିତକୁ ବିଶ୍ବାସ କରି ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପରିବାର ଏଠାରେ ଅସ୍ଥି ବିସର୍ଜନ, ଚିତାଭସ୍ମ ବିସର୍ଜନ ସହ ଗୋ ଦୋଷରୁ ମୁକ୍ତି ପାଇଁ ତ୍ରିବେଣୀ ଘାଟ ଓ ଗୋ କୁଣ୍ତ ଘାଟରେ ବୁଡ ପକାଇଥାନ୍ତି । ନୃସିଂହନାଥ ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ, ସୁବୋଧ ପଣ୍ତା, ବିଶମ୍ବର ମୁଣ୍ତ,ଓ ଅନ୍ୟ ମାନେ ଚିତାଭସ୍ମ ରେ ଫୁଲ ଦେଇ ସ୍ବାଗତ କରିଥିଲେ । ସ୍ବର୍ଗତ ରାଧେଶ୍ଯାମ ପୁରୋହିତଙ୍କ ଅବର୍ତ୍ତମାନରେ ୭୦ ବର୍ଷ ତଲେ ପାଇକମାଲ – ନୃସିଂହନାଥ ରୋଡରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ । ” ପୁରୋହିତ ହେଟୋଲ ” ଏବେ ଖାଁ ଖାଁ ଲାଗୁଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

Comments are closed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: