ଦୟାନନ୍ଦ ପ୍ଲେ-ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

0
66
ଦୟାନନ୍ଦ ପ୍ଲେ-ପବ୍ଲିକ ସ୍କୁଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୯) : ଆଜି ପବିତ୍ର ଭାଗବତଜନ୍ମ ଅବସରରେ ଦୟାନନ୍ଦ ପ୍ଲେ /ପବ୍ଳିକ ସ୍କୁଲ, ପଟାଭାଡି କ୍ୟାମ୍ପସରେ ଚାରି ବର୍ଷ ଚାରି ମାସ ଚାରି ଦିନରୁ ଉର୍ଦ୍ଧ୍ବ ବାଳକ ବାଳିକାଙ୍କ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ସୁବର୍ଣ୍ଣ ଭାରତୀ ପରିବାର, ସୋନପୁର ତରଫରୁ ଅନୁଷ୍ଠିତ ହୋଇଥିଲା ।WhatsApp Image 2023-09-30 at 10.40.04

ଏ ଉପଲକ୍ଷେ ଏକ ଏଗାର କୁଣ୍ଡୀୟ ହବନ ଓ ପୂଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆର୍ଯ୍ୟ ଜଗତର ବରେଣ୍ଯ ବିଦ୍ବାନ ବେଦ ବିଦ୍ଯା ବିଶାରଦ ପ୍ରଗଳ୍ଭ ବାଗ୍ମୀ ପ୍ରବଚକ ବିଦ୍ଯା ବାଚସ୍ପତି ପଣ୍ଡିତ ଲକ୍ଷ୍ମଣ କୁମାର ଶର୍ମା ଶାସ୍ତ୍ରୀ( ମାଣିତରା, ଗଂଜାମ ) ପୌରହିତ୍ୟ କରିଥିଲେ । ତଥା ଅଭିଭାବକ, ଅଭିଭାବିକା ମାନଙ୍କୁ ଭାରତୀୟଙ୍କ ଜନ ଜୀବନରେ ଷୋଡଶ ସଂସ୍କାରର ମହତ୍ବ ବିଶେଷକୁ ହୃଦବୋଧ କରାଇଥିଲେ ।

ସୁବର୍ଣ୍ଣ ଭାରତୀ ପରିବାର ପ୍ରମୁଖ ଶିବ ପ୍ରସାଦ ପାତ୍ର ଓ ଦୟାନନ୍ଦ ପବ୍ଳିକ ସ୍କୁଲର ପ୍ରିନ୍ସିପାଲକେ କୁମାରୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ ହୋଇଥିବାବେଳେ ଦୟାନନ୍ଦ ପବ୍ଳିକ ସ୍କୁଲର ଶିକ୍ଷୟତ୍ରୀ ଓ କର୍ମଚାରୀ ତଥା ଆର୍ଯ୍ୟସମାଜର ଅନେକ କାର୍ଯ୍ଯକର୍ତ୍ତାଙ୍କ ପ୍ରତ୍ଯକ୍ଷ ସହଯୋଗରେ କାର୍ଯ୍ୟକ୍ରମ ସଫଳ ପରିଚାଳନା ହୋଇଥିଲା ।