Thursday, March 28, 2024

Top 5 This Week

Related Posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୯) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏମ ସି ଏଚ୍ ପ୍ରକୋଷ୍ଠ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି ଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇ ଯାଇଛି l

ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (DC) ଡା. ରମେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡା.ପ୍ରକାଶ ଦଣ୍ଡସେନା, ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ବେହେରା ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଅତିଥିମାନେ ନିରାପଦ ଗର୍ଭପାତ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ କିପରି ମା ମୃତ୍ୟୁ କୁ ରୋକି ପାରିବା, ସ୍ୱୀକୃତି ପ୍ରାପ୍ତ ଡାକ୍ତରଖାନା ରେ ନିରାପଦ ଗର୍ଭପାତ ସୁବିଧା ଉପଲବ୍ଧ ଅଛି ଏହା ଉପରେ ସଚେତନତା ସୃଷ୍ଟି କରି ସୁସ୍ଥ ସମାଜ ଗଠନରେ ସହାୟକ ହୋଇ ପାରିବ ବୋଲି ମତ ରଖିଥିଲେ l

ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଉକ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା l ଉକ୍ତ ସଭାରେ ଇନ୍ଦୁରେଖା ବେହେରା ଏମ୍ ସି ଏଚ୍ ଇନଚାର୍ଜ, ଡିଇଓ ନାରାୟଣ ରଥ ସହଯୋଗ କରିଥିଲେ l ଉକ୍ତ ସଭାରେ ୬ ଜଣ ଆଶାକର୍ମୀ ଙ୍କୁ ଅତିଥିବୃନ୍ଦ ସମ୍ମାନିତ କରିଥିଲେ l ସଭାରେ ଏମ୍ ସି ଏଚ୍କର୍ମକର୍ତ୍ତା ବୃନ୍ଦ, ଆଶା, ଏ ଏନ୍ ଏମ୍ ଦିଦି ତଥା PNC ମା, ସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଏ ଏମ୍ ସି ପି ତରଣୀସେନ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l

Popular Articles