Friday, October 23, 2020
Home District News ବରୀ ରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ ବନ୍ୟା ପରେ ସ୍ଥିତି ଅନୁଧ୍ୟାନ

ବରୀ ରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ ବନ୍ୟା ପରେ ସ୍ଥିତି ଅନୁଧ୍ୟାନ

ରିପୋର୍ଟ: ସତ୍ୟଜିତ ବାରିକ //
ବରୀ,ଯାଜପୁର(୧୭/୦୯): ଆଜି ଚଳିତ ମହାବନ୍ୟା ରେ ବରୀ ଅଞ୍ଚଳ ଯାଜପୁର ଜିଲ୍ଲାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ରିଲିଫ୍ ବଣ୍ଟନ ଠାରୁ ଆରମ୍ଭ କରି ପଲିଥିନ୍ ଯୋଗାଣ ପର୍ଯ୍ୟନ୍ତ ବନ୍ୟା ବିପନ୍ନ ଙ୍କ ନିକଟରେ ପ୍ରଶାସନିକ ଅଧିକାରୀ ନ ପହଞ୍ଚିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ବରୀ ଅଞ୍ଚଳ ର କ୍ଷୟ କ୍ଷତି ଆକଳନ କରିବାକୁ ଆଜି ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ବରୀ ରେ ପହଞ୍ଚି ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ଵ ର ଅରୁଆଳ ଠାରେ ସୃଷ୍ଟି ହୋଇଥିବା ଘାଇ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକ ମାନଙ୍କ ର ସମସ୍ୟା ମଧ୍ୟ ପଚାରି ବୁଝିବାର ଦେଖିବାକୁ ମିଳିଥିଲା । କିନ୍ତୁ କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଦଳ ବରୀ ଗସ୍ତ ରେ ଆସିଥିଲେ ହେଁ ଶାସକ ବିଜେଡ଼ି, ବିଜେପି, ଓ କଂଗ୍ରେସ ଦଳ ର କୌଣସି ନେତ୍ରୁ ମଣ୍ଡଳୀ ବରୀ ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ସେମାନଙ୍କ ନଜର କୁ ନ ଆଣିବା ବରୀ ଅଞ୍ଚଳ ପ୍ରତି ସେମାନଙ୍କ କେତେ ଯେ ଦରଦ ତାହା ଆଜି କେନ୍ଦ୍ରୀୟ ପ୍ରତିନିଧି ଦଳ ବନ୍ୟା ଅଞ୍ଚଳ ପରିଦର୍ଶନ ବେଳେ ସେମାନଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇ ପଡ଼ୁଛି। ବିପନ୍ନ ମାନେ ବହୁ ଅସୁବିଧା ରେ ଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ନିର୍ଦ୍ଧିଷ୍ଟ କିଛି ଅଞ୍ଚଳ କୁ କେନ୍ଦ୍ରୀୟ ପ୍ରତିନିଧି ଦଳ କୁ ନେବା ପଛରେ ସେମାନଙ୍କ ରାଜ ନୈତିକ ଉଦ୍ଦେଶ୍ୟ ରହିଛି ବୋଲି ବହୁ ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି। ଏଠାରେ ପ୍ରଶ୍ନ ଉଠେ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ଵ ରେ ଥିବା ଦୁଆବୋ ଘେରି ବନ୍ଧ ଯୋଗୁଁ ଏହାର ବାମ ପାର୍ଶ୍ଵ ରେ ଥ ଘାଇ ସୃଷ୍ଟି ହେବା ରୁ ୧୬ ଗୋଟି ପଞ୍ଚାୟତ ର ପ୍ରାୟ ୮୫ ହଜାର ରୁ ଉର୍ଦ୍ଧ ଲୋକ ପ୍ରଭାବିତ ହେବା କେବଳ ଦାୟିତ୍ବ ରେ ଥିବା ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଯୋଗୁଁ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ଏହି ବ୍ଲକ୍ ର ୨୯ ଗୋଟି ପଞ୍ଚାୟତ ର ୧୧୦ ଟି ରାଜସ୍ବ ଗ୍ରାମ ର ୧୧୫୦୦ ହେକ୍ଟର ଚାଷ ଜମି କ୍ଷତି ଗ୍ରସ୍ତ ହୋଇଥିଲେ ବି କୃଷି ବିଭାଗ ତରଫରୁ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି ବୋଲି କୃଷି ବିଭାଗ ଓ ରାଜସ୍ବ ବିଭାଗ ସରକାର ଙ୍କୁ ସୂଚନା ଦେବା ଧର୍ମ କୁ ଆଖି ଠାର ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି। ବନ୍ୟା ଅଞ୍ଚଳ ପରିଦର୍ଶନ ସମୟ ରେ କେନ୍ଦ୍ରୀୟ ପ୍ରତିନିଧି ଦଳ ମୁଖ୍ୟ ଶ୍ରୀ ପ୍ରଭିନ୍ ଭାସିସ୍ଥା , ଶ୍ରୀ ଅମରେଶ ପାଲ ସିଂ , ଶ୍ରୀ ଏସ ଏସ ମୋଦି ଙ୍କ ସହ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର , ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ , ପକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଙ୍କ ସମତେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: