ପୁଣି ଗଜରାଜଙ୍କ ଆତଙ୍କ, ଭୟରେ ଆଦିମ ଆଦିବାସୀ

0
59
ପୁଣି ଗଜରାଜଙ୍କ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୯/୯) : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆଦିବାସୀ ଇଲାକାରେ ତାଣ୍ଡବ ଜାରି ରଖିଛନ୍ତି ଗଜରାଜ ।WhatsApp Image 2023-09-29 at 12.44.58

ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତର ମଲାପଦର ଗ୍ରାମରେ । ଦୁଇ ଟିକିଆ ହାତୀ ବର୍ତ୍ତମାନ ଏ ଅଞ୍ଚଳରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଏହି ହାତୀ ଦୁଇଟି ଭୀମପୁର ଗ୍ରାମର ପବନ ଶବର, ବାନର ଶବର, ଲବି ଶବର ଓ ରାୟଗଉ ଶବର ପ୍ରମୁଖଙ୍କ କପା ବାଡ଼ରେ ପଶି ବ୍ୟାପକ କ୍ଷତି ଘଟାଇଥିବା ସୂଚନା ମିଳିଛି । ହାତୀ ଭୟରେ ଏ ଅଞ୍ଚଳର ଜନସାଧାରଣ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।

ଛାତ୍ରଛାତ୍ରୀ ସ୍କୁଲ ଯିବାପାଇଁ ମଧ୍ୟ ଅସୁବିଧା ହେଉଛି । ତେବେ ବନ ବିଭାଗ ଯଥାଶୀଘ୍ର ଏ ଅଞ୍ଚଳରୁ ହାତୀ ଦୁଇଟିକୁ ଅଭୟାରଣ୍ୟକୁ ଘଉଡାଇବା ପାଇଁ ଦାବି ହେଉଛି ଏବଂ ହାତୀଙ୍କ ଦ୍ଵାରା ହୋଇଥିବା କ୍ଷୟକ୍ଷତି ଶିଘ୍ର ବିଭାଗ ତରଫରୁ ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି । ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହି ଗଜରାଜଙ୍କୁ ସୁରକ୍ଷିତ ଭାବେ ଏ ଅଞ୍ଚଳରୁ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି ରଖିଛନ୍ତି ।