Friday, March 29, 2024

Top 5 This Week

Related Posts

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୯/୦୯) : କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କାଳିପୋଇ ପଞ୍ଚାୟତର ଉଆସପଲ୍ଲୀ ଜଙ୍ଗଲରୁ ସନ୍ଦେହ ଜଣକ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି ।

ମୃତ ଯୁବକ ଜଣକ ସ୍ଥାନୀୟ ପଶାଣିଆ ଗାଁ’ର ପବନା ପ୍ରଧାନ ବୋଲି ଜଣା ପଡିଛି । ସେ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରନ୍ତି । ଘରଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏହି ଜଙ୍ଗଲ ଭିତରେ ବେକରେ ରଶି ଲାଗିଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ବୈଦେଶ୍ଵର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Popular Articles