Friday, March 29, 2024

Top 5 This Week

Related Posts

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ବୋଲେର ଜବତ ମାଫିଆ ଫେରାର

ରିପୋର୍ଟ : ଶିବ ବିଶୋୟୀ
କୋରାପୁଟ, (୨୯/୦୯) : ପୁଷ୍ପା ଫିଲ୍ମ ଷ୍ଟାଇଲ ରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆ l ମାଡ଼ିବସିଲା ପାଡୁଆ ପୋଲିସ lWhatsApp Image 2023-09-29 at 08.53.20 (1)

ପାଡୁଆ ପୋଲିସ କୁ ବିଶେଷ ସୂତ୍ରରୁ ଖବର ଥିଲା ଆନ୍ଧ୍ର ନମ୍ବରର ଏକ ବୋଲେର ରେ ଗଞ୍ଜେଇ ପାଡୁଆ ଅଞ୍ଚଳ ରୁ ଆନ୍ଧ୍ର ପ୍ରଦେଶ କୁ ଚୋରା ଚାଲାଣ ହେଉଥୁବା ନେଇ l ପୋଲିସ ଥାନା ନିକଟରେ ଗାଡି ସବୁ ଯାଞ୍ଚ କରୁଥିବା ବେଳେ ମାଫିଆ ମାନେ ନମ୍ବର ବଦଳାଇ ଓଡିଶା ନମ୍ବର ପ୍ଲେଟ ଲଗାଇ ଥାନା ଅଭିମୁଖେ ଆସୁଥିବା ଦେଖିଥିଲା ପୋଲିସ l ଗାଡିଯାଞ୍ଚ ହେଉଥିବା ଦେଖି ମାଫିଆ ଗାଡି କୁ ବିପରୀତ ଦିଗକୁ ବୁଲାଇ ଚାଟୁଆ ଅଭିମୁଖେ ଚାଲି ଯାଇଥିଲା l ପୋଲିସ ପିଛା କରୁଥିବା ଦେଖି ମାଫିଆ ଚାଟୁଆ ଗ୍ରାମ ପୂର୍ବ ରୁ ଗାଡି ଛାଡି ଚମ୍ପଟ ମାରିଥିଲା l

ପୋଲିସ ଗାଡିକୁ ଯାଞ୍ଚ କରି କିଛି ପାଇନଥିଲା l ପାଡୁଆ ଥାନାକୁ ଗାଡି ଆଣି ତନ ତନ ଯାଞ୍ଚ କରିବାରୁ ବୋଲେରର ଛାତ ରେ ସ୍ୱତନ୍ତ୍ର ଚାମ୍ବର କରି ଗଞ୍ଜେଇ ରଖା ଯାଇଥିବା ପାଇଥିଲା ପୋଲିସ l ୧୦୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ l ଏହାର ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି l ଏବଂ ଗାଡିର ଚେସିସ ଇଂଜିନ ନମ୍ବର କୁ ବାହାର କରି ମୁଖ୍ୟ ମାଫିଆ କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପାଡୁଆ ପୋଲିସ l

Popular Articles