Friday, March 29, 2024

Top 5 This Week

Related Posts

ଜିଲ୍ଲା ସ୍ତରୀୟ ବିଶ୍ବ ଜଳାନ୍ତକ ଦିବସ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୯) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି ଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇ ଯାଇଛି ।WhatsApp Image 2023-09-28 at 21.50.44

ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି) ଡା. ରମେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ମେଡ଼ିସିନ ସ୍ପେସିଆଲିଷ୍ଟ ଡା. ଜିତାରାମ ବିଡ, ପ୍ରଧାନଶିକ୍ଷକ ଗତିକୃଷ୍ଣ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟମିଶନ ର ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ ବିଶ୍ୱ ଜଳାନ୍ତକ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଯଦି କୁକୁର, ବିଲେଇ କାମୁଡନ୍ତି ସଙ୍ଗେ ସଙ୍ଗେ ସାବୁନ ରେ ଭଲ ଭାବରେ ଧୋଇ ଦେଇ ଶିଘ୍ର ଡାକ୍ତରଖାନା କୁ ଯାଇ ପ୍ରତିଷେଧକ ଟୀକା ନେବାକୁ ପରାମର୍ଶ ଦେଇଥିଲେ । ଯେହେତୁ ଏହା ଏକ ଭୂତାଣୁ ଜନିତ ରୋଗ ସମସ୍ତେ ସଚେତନତା ହୋଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ।

ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଉକ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା । ଉକ୍ତ ସଭାରେ ଏକ କ୍ୱିଜ କାର୍ଯ୍ୟକ୍ରମ କରି ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ମାଇକ୍ରୋବାଇଲୋଜିଷ୍ଟ ବଲାରୀ ଦାସ, ସୁଚିସ୍ମିତା ସାହୁ, ସହକାରୀ ଶିକ୍ଷକ ଦିଲିପ କୁମାର ପଣ୍ଡା, ଡି. ଇ. ଓ. ନାରାୟଣ ରଥ ସହଯୋଗ କରିଥିଲେ । ସଭାରେ ଶାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଏମ ସି ପି ତରଣୀସେନ ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

Popular Articles