Thursday, October 1, 2020
Home Corona UPDATE ରାୟଗଡା ଜିଲ୍ଲାରୁ ୪ଜଣ ଦାନକଲେ ପ୍ଲାଜମା

ରାୟଗଡା ଜିଲ୍ଲାରୁ ୪ଜଣ ଦାନକଲେ ପ୍ଲାଜମା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (ତା.୧୬/୯): ରାୟଗଡା ଜିଲ୍ଲାରୁ କରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୯ଜଣଙ୍କର ରକ୍ତ ନମୂନା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା।

ସେମାନଙ୍କ ମଧ୍ୟରୁ ୫ଜଣଙ୍କର ପ୍ଲାଜ୍ମା ଦାନ କରି ପାରିବେ ବୋଲି ଭେଷଜ ମହାବିଦ୍ୟାଳୟ ପକ୍ଷରୁ ସୂଚନା ଆସିଲା। ସେହିବଅନୁସାରେ ସେମାନଙ୍କୁ ପ୍ଲାଜ୍ମା ଦାନକରିବାକୁ ଅନୁରୋଧ କରିବାରୁ ଜଣେ ପ୍ଲାଜ୍ମା ଦାନ କରିବାକୁ ମନା କରିଥିଲେ, ଓ ୪ଜଣ ଯାଇ ବ୍ରହ୍ମପୁର ଠାରେ ନିଜର ପ୍ଲାଜ୍ମା ଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ କୋଭିଡ ଯୋଦ୍ଧା ଥିବାବେଳେ ଜଣେ ସାଧାରଣ ବ୍ୟକ୍ତି ନିଜର ପ୍ଲାଜ୍ମା ଦାନ କରିଛନ୍ତି। ପ୍ଲାଜ୍ମା କରିଥିବା ବ୍ୟକ୍ତି ମାନଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା,ଅତିରିକ୍ତ ଜିଲ୍ଲାପାଳ ତଥା ପ୍ଲଜ୍ମା ନୋଡ଼ାଲ ଅଫିସର ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା କୋଭିଡ ନୋଡ଼ାଲ ଅଧିକାରୀ ଶ୍ରୀ ଅମୃତ ରୂତୁରାଜ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ତଥା ପ୍ଲାଜ୍ମା ଥେରାପି ସଂଯୋଜିକା ଡା. ଶ୍ରୀ ରୟ ଆଦି ପ୍ଲାଜ୍ମା ଦାତାଙ୍କୁ ସ୍ବାଗତ କରିଥିଲେ।

ଆସନ୍ତା ୨୧ତାରିଖରେ ପୁଣି ୧୧ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟକୁ ଯିବେ ଏବଂ ପ୍ଲାଜ୍ମା ଦାନ କରିବାକୁ ଯୋଗ୍ୟ ହେଲେ ସେମାନେ ପ୍ଲାଜ୍ମା ଦାନକରିବେ। ପ୍ରକାଶ ଥାଉକି ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୫୬୨୬ଜଣ କରୋନାରେ ଆକ୍ର।ନ୍ତ ବ୍ୟକ୍ତି ମାନେ ସୁସ୍ଥ ହେଲେଣି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ କରୋନାରୁ ସୁସ୍ଥ ବ୍ୟକ୍ତି ମାନଙ୍କ ପ୍ଲାଜ୍ମା ଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: