Thursday, October 1, 2020
Home Cultural & Festival ପବିତ୍ର ମହାଳୟା ଦକ୍ଷିଣ ଓଡ଼ିଶାର ଚର୍ଚ୍ଚିତ ପର୍ବ ପାଳିତ

ପବିତ୍ର ମହାଳୟା ଦକ୍ଷିଣ ଓଡ଼ିଶାର ଚର୍ଚ୍ଚିତ ପର୍ବ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୬/୦୯): ଆଜି ପବିତ୍ର ମହାଳୟା, ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ଏକ ବହୁଚର୍ଚ୍ଚିତ ପର୍ବ l ଓଡ଼ିଶାରେ ଏକ ଲୋକଉକ୍ତି ଅଛି ବାରମାସରେ ତେର ପର୍ବ l ବାରମାସରୁ ଆଶ୍ୱିନମାସକୁ ପାର୍ବଣର ମାସ କୁହାଯାଉଥିବା ବେଳେ, ଏହି ମହାଳୟା ଅମାବାସ୍ୟା ହିଁ ପାର୍ବଣ ଋତୁର ପ୍ରାରମ୍ଭିକ ପର୍ବ ଅଟେ l

ସାଧାରଣତଃ ଏହି ପୂଜାଟି ମା କାଳୀଙ୍କୁ ସମର୍ପିତ l ଘରର ଗୃହିଣୀ ନିଜ ସ୍ୱାମୀ ଓ ପିଲାଙ୍କ ଦୀର୍ଘାୟୁ ତଥା ମଙ୍ଗଳ କାମନା କରି ମା’ଙ୍କ ନିକଟରେ ଶରଣାପନ୍ନ ହୋଇଥାଏ l କିନ୍ତୁ, ଏହି ପର୍ବଟିର ଏକ ନିଆରା ପରମ୍ପରା ରହିଛି l ଘରର ଛୋଟ ପିଲାମାନେ ସାତଟି ଘରୁ ଭିକ୍ଷାକରି ଯାହାକିଛି ନେଇ ଆସନ୍ତି ସେଥିରୁ ହିଁ ଗୃହିଣୀ ମା’ଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ କରନ୍ତି ଏବଂ ଆଖପାଖ ପିଲାଙ୍କୁ ମଧ୍ୟ ଏହି ପ୍ରସାଦ ସେବନ ପାଇଁ ନିମନ୍ତ୍ରଣ କରିଥାନ୍ତି l କିନ୍ତୁ ବିଡମ୍ବନାର ବିଷୟ ଏହା କି ଏହି ପରମ୍ପରା ବିଲୁପ୍ତ ପ୍ରାୟ l ଆଧୁନିକତାର ମୋହ ତଥା ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ବଶୀଭୂତ ହୋଇ ଆଉ ଏହିପରି ଏକ ବହୁ ପୁରୁଣା ପରମ୍ପରାକୁ ପାଳିବାକୁ ଇଚ୍ଛା କରୁନାହାନ୍ତି କିଛି ଲୋକ l ଘରେ ଘରେ ପାଳିତ ହେଉଥିବା ଏହି ପବିତ୍ର ପରମ୍ପରା ଆଜି କାଁଭାଁ ଦେଖିବାକୁ ମିଳୁଛି l କିନ୍ତୁ, ଆଶ୍ବସ୍ତିର କଥାକି ଆଜି ମଧ୍ୟ ଏହି ପରମ୍ପରା କୁ ବଜାୟ ରଖିବାକୁ ପ୍ରୟାସ ଜାରି ରହିଛି। ଆଜି ସକାଳୁ ରାୟଗଡାର ସାହି ସାହିରେ ପିଲାମାନେ ନୁଆଁ ପୋଷାକ ପରିଧାନ କରି ହାତରେ ବ୍ୟାଗ ଧରି ଘର ଘର ବୁଲି ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି l ଦାତା ନିଜ ସକ୍ଷମ ମୁତାବକ ଚାଉଳ ପନିପରିବା, ଫଳ ପାଚିଲା ଦାନ କରିଥାନ୍ତି l କିନ୍ତୁ ଏହି ଭିକ୍ଷା ସର୍ବ ପ୍ରଥମେ ନିଜ ମାଆଙ୍କ ଠାରୁ ଆରମ୍ଭ କରାଯାଇଥାଏ l ଏହାପରେ ସାତଟି ଘରର ଭିକ୍ଷାକୁ ପୂଜା ସାମଗ୍ରୀରେ ମିଶାଇ ଏହାକୁ ରୋଷେଇ କରି ପ୍ରସାଦ ରୂପେ ଖାଇଥାନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: