Tuesday, September 29, 2020
Home District News ସ୍ବେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ସ୍ବେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ – ନିରୋଜ କୁମାର ପାଣୀ //
ବରଗଡ଼, ତା ୧୫/୯/୨୦): ବରଗଡ଼ ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ସମୟରେ ଜନସାଧାରଣଙ୍କ ସମସ୍ୟା ଗୁଡ଼ିକୁ ହୃଦୟଙ୍ଗମ କରି କିଛି ବ୍ୟକ୍ତି ବିଶେଷ ନିଜର ବ୍ୟକ୍ତିଗତ ସମସ୍ୟା ତଥା ନିଜ ପରିବାରର ସମସ୍ୟାକୁ ପଛରେ ପକାଇ ଅନବରତ ଭାବେ ଲୋକଙ୍କ ସେବା କରି ଆସିଛନ୍ତି।

ଏହି ସେବାକାର୍ଯ୍ୟ କରିବା ସମୟରେ ନିଜ ମଧ୍ୟ ଏହି କରୋନା ନାମକ ଭୁତାଣୁ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ,ସଫେଇ କର୍ମୀ, ପୋଲିସ ବିଭାଗର କାର୍ଯ୍ୟା ଅତ୍ୟନ୍ତ ପ୍ରଶଂସନୀୟ ଅଟେ। ଏପରି ଅନେକ ବିଭାଗର କର୍ମଚାରୀ ଅଛନ୍ତି ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଏହା ତାଙ୍କ କାର୍ଯ୍ୟ ତୁଳନାରେ କମ୍ ହେବ। ଏପରି ଗୋଟିଏ ବିଭାଗ ଅଛି ଗଣମାଧ୍ୟମ ଏହି ବିଭାଗର କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ଘରେ ରହି କାର୍ଯ୍ୟ କରି କେବେବି ସମ୍ଭବପର ନୁହେଁ। ଏଥିପାଇଁ ଏମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବରେ ବିବେଚନା କରି ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନାକୁ ପରାସ୍ତ କରି ସାରିଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପର୍ଯ୍ୟାୟ କ୍ରମେ ସମ୍ବର୍ଦ୍ଧିତ କରାଯାଉଛି। କିଛି ଦିନ ପୁର୍ବରୁ ନିଜ କାର୍ଯ୍ୟ କରୁଥିବା ସମୟରେ ବରଗଡ଼ ପ୍ରମେୟ ଖବରକାଗଜ ଜିଲ୍ଲା ପ୍ରତିନିଧି ଲଲାଟେନ୍ଦୁ ଦାଶ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋମ୍ ଆଇସୋଲେସନରେ କିଛି ଦିନ ରହି ଚିକିତ୍ସିତ ହେବାପରେ ପୁଣିଥରେ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଆଜି ବରଗଡ଼ ସହରରେ ଥିବା ବଟେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଲଲାଟେନ୍ଦୁ ଦାଶଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବରଗଡ଼ ନିତିଦିନ ଜିଲ୍ଲା ପ୍ରତିନିଧି ବଦ୍ରି ପ୍ରସାଦ ସାହୁ, ବଡ଼ ଖବର ଜିଲ୍ଲା ପ୍ରତିନିଧି ରମଣୀ ରଂଜନ ବେହେରା, ନକ୍ଷତ୍ର ଜିଲ୍ଲା ପ୍ରତିନିଧି ଧୃବ କର୍ମୀଙ୍କ ସହିତ ଅରଗସ୍ ବ୍ୟୁରୋ ଚିପ୍ ମଳୟ ଭୋଇଙ୍କ ସହିତ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ଉପସ୍ଥିତ ରହି ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: