ମାଡ଼ିଗଲା ଟ୍ରକ୍, ଚାଲିଗଲା ମହିଳାଙ୍କ ଜୀବନ

0
44
ମାଡ଼ିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୮/୦୯) : ଗଞ୍ଜାମ ଜିଲ୍ଲା ସୋରଡା ଥାନା ପାଲକାଟୁ ଗ୍ରାମ ଛକ ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ମହିଳା ଙ୍କ ଉପରେ ମାଡ଼ିଗଲା ଟ୍ରକ୍ ମହିଳା ମୃତ ।

ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ସୋମନାଥ ପଲ୍ଲୀ ଗ୍ରାମର ବୁଟିବା ରାଣୀ ବୟସ ୬୦। ସୂଚନା ମୁତାବକ ବୁଟିବା ନିଜ ଗ୍ରାମରୁ ପ୍ରତିଦିନ ପାଲକାଟୁ ଗ୍ରାମକୁ ଆସନ୍ତି ତଳେ ପଡିଥିବା ବୋଟୋଲ ଗୋଟାଇବା ପାଇଁ । ପ୍ରତିଦିନ ଭଳି ଆଜି ସେ ସକାଳୁ ଆସି ବୋତଲ ଗୋଟାଉଥିବା ବେଳେ ଏକ ଟ୍ରକ୍ ଭଞ୍ଜନଗରରୁ ସିମେଣ୍ଟ ବୋଝେଇ କରି କେଶରା ଗ୍ରାମକୁ ଯାଉଥିବା ବେଳେ ପାଲକାଟୁ ଛକଠାରେ ହଠାତ୍ ମହିଳାଙ୍କ ଉପରେ ଟ୍ରକ୍ ଟି ମଦିଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ମହିଳା ଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକ୍ ଡ୍ରାଇଭର କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣା ର ଅଧିକା ତଦନ୍ତ କରୁଛି ।