Tuesday, September 29, 2020
Home District News ରାୟଗଡା ଜିଲ୍ଲାରେ ୭ଟି କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ପରିଚାଳିତ

ରାୟଗଡା ଜିଲ୍ଲାରେ ୭ଟି କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ପରିଚାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା ୧୫/୦୯/୨୦): ରାୟଗଡା ଜିଲ୍ଲା ୭ଟି କେନ୍ଦ୍ରରେ କାଲି ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।

ମୋଟ ୭୭୪, ରାୟଗଡା ଜିସିଡି ଉଚ୍ଚବିଦ୍ୟାଳୟରେ ୧୪୪ଜଣ, ଜୁମିଡିପେଟା ସ୍ଥିତ ଉଚ୍ଚ ବିଦ୍ୟାଳୟରେ ୧୬୭ଜଣ, ରାୟଗଡା ବାଳିକା ଉଚ୍ଚ ବିଦ୍ୟାଳୟରେ ୧୪୧ଜଣ, ବିଷମକଟକ ଉଚ୍ଚ ବିଦ୍ୟାଳୟରେ ୧୨୯ଜଣ, ଜେକେପୁର ଏଲପିଏସ ଉଚ୍ଚ ବିଦ୍ୟାଳୟ ୧୧୨ଜଣ, ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୦୧ଜଣ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଜଣାପଡ଼ିଛି। ସପ୍ଲିମେଣ୍ଟାରୀ ପରୀକ୍ଷାରେ କପି ରୋକିବା ପାଇଁ ୩ଟି ସ୍କୁଆଡ଼ ଗଠନ କରାଯାଇଛି । ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ଶେଷ ହୋଇଛି। କରୋନା କୋଟକଣା ଦୁଷ୍ଟିରେ ରଖୀ ସମସ୍ତେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ଵରୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ହାତଧୋଇବା ବାଧ୍ୟତାମୂଳକ କରାଯାଇଥିବା ବେଳେ ମୂଖ୍ୟ ଫାଟକରେ ଥର୍ମାଲ ଚେକିଙ୍ଗ କରାଯିବା ସହ ସମସ୍ତେ ମାସ୍କ ବ୍ୟବହାର କରିବା ନଜରକୁ ଆସିଥିଲା। ପ୍ରତ୍ୟକ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ୬ ଫୁଟର ଦୂରତା ଅବଲମ୍ବନ କରାଯାଇଥିଲା । ପରୀକ୍ଷା କେନ୍ଦ୍ରର କ୍ଲାସରୁମ ଗୁଡିକ ବିଶୋଧନ ମଧ୍ୟ ହୋଇଥିଲା ବୋଲି ସୂଚନା ଦିଆଯାଇଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: