Tuesday, September 29, 2020
Home District News ରାୟଗଡ଼ା ଜିଲ୍ଲା ଆଶା ସାଥି ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବିପତ୍ର...

ରାୟଗଡ଼ା ଜିଲ୍ଲା ଆଶା ସାଥି ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୫/୦୯): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା ସାଥି ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ୮ଦଫା ଦାବି ସମ୍ବଳିତ ଦାବିପତ୍ର ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ପରିବାର କଲ୍ୟାଣ ମନ୍ତ୍ରୀ, ମାନନୀୟା ନିର୍ଦ୍ଧେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ଙ୍କ ଉଦ୍ଧେଶ୍ୟ ରେ ପ୍ରଦାନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲା ଓଡିଶା ଆଶା ସାଥି ସଂଘ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ସଂଘ ର ଜିଲ୍ଲା ସଭାନେତ୍ରୀ ମନୋରମା ଦେନିୟା ଓ ସମ୍ପାଦିକା ପଦ୍ମିନୀ ପଢ଼ିଆରୀ ଙ୍କ ନେତୃତ୍ୱରେ ସହରର କାଳୀମନ୍ଦିର ଛକ ଠାରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ଜିଲ୍ଲାର ସମସ୍ତ ଆଶାସାଥି ଉପସ୍ଥିତ ହୋଇ କୋଭିଡ ୧୯ର ସମସ୍ତ ନିୟମକୁ ପାଳନ କରି ସାମାଜିକ ଦୂରତା ରକ୍ଷା କରି ଏକ ଶୋଭା ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଯୋଗ ଦେଇ ଓଡିଶାରେ କାର୍ଯ୍ୟରତ ଆଶା ସାଥୀମାନଙ୍କ ସମସ୍ୟା ଓ ସରକାରଙ୍କ ଦ୍ୱାରା ସେମାନଙ୍କୁ କରାଯାଉଥିବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ ଏଥିପାଇଁ ଏହିପରି ବିକ୍ଷୋଭ ଜାରି ରହିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଙ୍ଘର ଜିଲ୍ଲା ସମ୍ପାଦକ ଶ୍ରୀ ଖଗେଶ୍ୱର ସିଂ ଯୋଗ ଦେଇ ଥିଲେ। ଆଶାସାଥି ମାନଙ୍କ 8 ଦଫା ଦାବି ଯଥା ଆଶା ସାଥି ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ 6000 ଟଙ୍କା ପ୍ରଦାନ କରାଯିବା, ଆଶା ସାଥୀମାନଙ୍କ ୟୁନିଫର୍ମ ଲାଗୁ କରାଯିବା, ଆଶା ସାଥୀମାନଙ୍କୁ କାର୍ଯ୍ୟ ଦକ୍ଷତା କରିବା ପାଇଁ ଟ୍ରେନିଙ୍ଗ ଦିଆଯିବା, 13 ବର୍ଷ ଧରି ଆଶା ଓ ଆଶା ସାଥି ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ଇନ୍ସୁରାନ୍ସ ଓ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କାର୍ଯ୍ୟକାରୀ କରିବା ଆଦି ଦାବି ସମ୍ବନ୍ଧରେ ଉଲ୍ଲେଖ କରିବା ସହିତ ରାଜ୍ୟରେ ଆଶା ସାଥୀମାନଙ୍କୁ କରା ଯାଉଥିବା ଅବହେଳା ବିରୋଧରେ ଆଗକୁ ଅହୁରି ଦୃଢ଼ ବିରୋଧ କରିବା ସହିତ ରାଜ୍ୟପାଳଙ୍କ ଜରିଆରେ ମହା ମହିମା ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟଵର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଙ୍ଘର ଜିଲ୍ଲା ଉପସଭାପତି ମହନ ରାଓ ମାଝୀ ରାୟଗଡା ବ୍ଲକ ସଭାପତି ଗୋପୀନାଥ ଗୌଡ଼ ବ୍ଲକ ସମ୍ପାଦକ ଦୁର୍ଗାମାଧବ ଘୋଷ, ଆଶାସାଥି ସଂଘର ମଞୁଳା ନିମାଲପୁରି, ହିଗୁଳ ରଣା,ଅଞ୍ଜନା ସ୍ଵାଇଁ, ପୁଷ୍ପଲତା ସବର, ଶୁସିଳା ହୁଇକା ଏବଂ ଜିଲ୍ଲାର ସମସ୍ତ ଆଶାସାଥି ଉପସ୍ଥିତ ରହି ଜିଲ୍ଲାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରିଆରେ ଓଡିଶା ର ମାନନୀୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: