Tuesday, September 29, 2020
Home District News ଟ୍ୟାଙ୍କର ଭିତରେ ଗଂଜେଇ - ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଜବତ

ଟ୍ୟାଙ୍କର ଭିତରେ ଗଂଜେଇ – ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା ୧୫/୦୯/୨୦): ରାୟଗଡା ଜିଲ୍ଲାର ସହରଠାରୁ ୭କିମି ଦୂର ପିତାମହଲ ଗାଁ ନିକଟରେ ଆଞ୍ଚଳିକ ପରିବହନ ଅଧିକାରି ଯାଞ୍ଚ କରୁଥିବା ସମୟରେ ଏନ-ଏଲ-୦୩-ଏ-୫୬୯୫ ନମ୍ବର ଥିବା ଟେଙ୍କର ଧରା ପଡିଥିବା ସୁଚନା ।

ଟେଙ୍କର ର କାଗଜ ପତ୍ର ନ ଥିବା ଯାଞ୍ଚ ପାଇଁ ପରିବହନ କାର୍ଯ୍ୟାଳୟ ଅଣା ଯାଇଥିଲା । ସେଠାରେ ଅନୁସନ୍ଧାନ ବେଳେ ଗଞ୍ଜେଇ ରହିଥିବା ଜଣାପଡ଼ିଛି । ଏହାପରେ ପରିବହନ ଅଧିକାରୀ ଦୀଲିପ କୁମାର ଦଳାଇ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ପହଞ୍ଚି ତଦନ୍ତ କରିବା ବେଳେ ଗଞ୍ଜେଇ ଟେଙ୍କର ଭିତରେ ରହିଥିବା ନଜରକୁ ଆସିଥିଲା । ଏହାପରେ ଉକ୍ତ ଟେଙ୍କରକୁ ପୋଲିସ ଜବତ କରିବା ସହ ଡ୍ରାଇଭର ରାଜକୁମାର ଯାଦବଙ୍କୁ ରାୟଗଡା ଥାନା ପୁଲିସ ଅଟକ ରଖି ପଚାରା ଉଚରା କରୁଛି । ତଦନ୍ତ ଚାଲିଥିବା ଯୋଗୁଁ ପୁଲିସ କୌଣସି ମତାମତ ଦେଇନାହାନ୍ତି। ତେବେ ଡ୍ରାଇଭର ଏହି ଗଞ୍ଜେଇ ଟ୍ୟାଙ୍କେର ଭିତରକୁ କୁଆଡୁ ଓ କେମିତି ଆସିଲା ଜାଣିନଥିବା କହିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: