Sunday, September 20, 2020
Home District News ଅଖିଳ ଭାରତୀୟ ପ୍ରଗତିଶୀଳ ମହିଳା ଆସୋସିଏସନ ଓ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା...

ଅଖିଳ ଭାରତୀୟ ପ୍ରଗତିଶୀଳ ମହିଳା ଆସୋସିଏସନ ଓ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ତରଫରୁ ଦାବିପତ୍ର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା ୯୧୫/୦୯): ଆଜି ୧୫:୦୯:୨୦୨୦ ତାରିଖ ଦିନ C P I (ml) ଗଣ ସଂଗଠନର ନେତା ଶ୍ରୀଯୁକ୍ତ ତିରୁପତି ଗମାଙ୍ଗ ଙ୍କ ନେତୃତ୍ୱରେ ଏକ ବିଶାଳ ଜନସମାଗମ ରାୟଗଡା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର 10ଦଫା ଦାବିପତ୍ର ଉପସ୍ଥାପନା କରିଥିଲେ l

ଅଖିଳ ଭାରତୀୟ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA)ଓ ଅଖିଳ ଭାରତ ପ୍ରଗତିଶୀଳ ମହିଳା ଆସୋସିଏସନ (I P W A )ମିଳିତ ଭାବେ ବିଭିନ୍ନ ଦାବି ଉପସ୍ଥାପନା କରିଛନ୍ତି l ଶ୍ରୀଯୁକ୍ତ ଗମାଙ୍ଗ ଏହି ଦାବି ଗୁଡିକୁ ଲିଖିତ ମାଧ୍ୟମରେ ଉପସ୍ଥାପନା କରିଛନ୍ତି ଯଥା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡିହୋଇଥିବା ମହିଳା ମାନଙ୍କ ଋଣ ଛାଡ଼ କରିବା,ଗ୍ରାମୀଣ କ୍ଷେତ ମଜଦୁର ଓ ପ୍ରବାସୀ ଶ୍ରମିକ ମାନଙ୍କୁ ମନରେଗା ତରଫରୁ ୨୦୦ ଦିନ କାମ ଓ ୫୦୦ ଟଙ୍କା ମଜୁରୀ ପ୍ରଦାନ, ସମସ୍ତ ମହିଳାଙ୍କୁ ଏକଲକ୍ଷ ଟଙ୍କା ଶୁଦ୍ଧ ମୁକ୍ତ ଋଣ ପ୍ରଦାନ, ମୁଲିଆ ଓ ଶ୍ରମିକଙ୍କୁ ୧୫ କିଲୋ ଓ ଗହମ ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ ସହ ଲକଡାଉନ ଭତ୍ତା ୧୦ ହଜାର ଟଙ୍କା ପ୍ରଦାନ, ସାମୁହିକ ଋଣ ଲାଗି ରାଜ୍ୟ ସ୍ତରରେ ଏକ ନିୟନ୍ତ୍ରଣ ପ୍ରାଧିକରଣ ଗଠନ ଓ ମହିଳାଙ୍କ କର୍ମ ନିଯୁକ୍ତି ସୁନିଶ୍ଚିତ କରିବା, ସ୍ୱରୋଜଗାର ପାଇଁ ୧୦ ଲକ୍ଷ ଋଣ ଦେଇ ୪ %ସୁଦ୍ଧ ନେବା, ଲୋକଙ୍କୁ ବିନା ପଟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଘର ପିଛା ୨ ଲକ୍ଷ ଲେଖାଏଁ ପ୍ରଦାନ କରିବା ଭଳି ବିଭିନ୍ନ ଦାବି ନେଇ ରାୟଗଡା ରେଳଷ୍ଟେସନ ଠାରୁ ଏକ ଶୋଭାଯାତ୍ରା ବାହାରିଥିଲା l

ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଯଥାଶୀଘ୍ର ଏହିସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏକ ବିଶାଳ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀଯୁକ୍ତ ତିରୁପତି ଗମାଙ୍ଗ ଚେତାବନୀ ଦେଇଛନ୍ତି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...

Recent Comments

%d bloggers like this: