୩ୟ ଓ ୫ମ୍ ଶ୍ରେଣୀର ବୃତ୍ତି ପରୀକ୍ଷା ଅନୁଷ୍ଠିତ

0
86
୩ୟ ଓ ୫ମ୍

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୭/୦୯) : ରାୟଗଡା ଜିଲ୍ଲା ଗୁଡ଼ାରୀ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୩ୟ ଓ ୫ମ୍ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l

ଏହି ପରୀକ୍ଷା କଡା ସୁରକ୍ଷା ମଧ୍ୟରେ ଦିବା ୧୦ ଘଣ୍ଟା ସମୟରୁ ଆରମ୍ଭ ହୋଇ ୧୨ ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା l ତୃତୀୟ ଶ୍ରେଣୀରେ ମୋଟ ୩୬ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୩୪ ଜଣ ପରୀକ୍ଷା ଦେଇଥିବା ବେଳେ ଦୁଇଜଣ ଅନୁପସ୍ଥିତ ଥିଲେ l ସେହିପରି ପଞ୍ଚମ ଶ୍ରେଣୀ ରେ ୨୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୫ ଜଣ ଉପସ୍ଥିତ ଥିବା ବେଳେ ୩ ଜଣ ଅନୁପସ୍ଥିତ ଥିଲେ l କେଉଁ ପରିସ୍ଥିତିରେ ଏହି ପାଞ୍ଚ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ସେ ସମ୍ପର୍କରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି l

ଏହି ପରୀକ୍ଷାରେ ପର୍ଯ୍ୟ ବେକ୍ଷକ ଭାବେ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକୃଷ୍ଣ ଗମାଙ୍ଗ ଏବଂ ଚଂଗୁଡା ରୁପା ମାଝୀ ଦାୟିତ୍ୱ ତୁଲାଇ ଥିବା ବେଳେ, ଶିକ୍ଷକ ବାଳ କୃଷ୍ଣ ସାହୁ, ଏବଂ କୃଷ୍ଣ ପ୍ରସାଦ ବାଉରୀ ସୁପର ଟେଣ୍ଡେଣ୍ଟ ଭାବେ ନିୟୋଜିତ ଥିଲେ l ଶାନ୍ତି ଶୃଙ୍ଖଳା ର ସହ ପରୀକ୍ଷା ସମାପ୍ତ ହୋଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l ଉଭୟ ଶ୍ରେଣୀର ମୋଟ ୬୯ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ l