Tuesday, September 29, 2020
Home Accidental Death ମାେଟର ସାଇକେଲ ଦୁର୍ଘଟଣା,ଆରାେହୀ ବୟସ୍କା ମହିଳାଙ୍କ ଅକାଳ ବିୟାେଗ

ମାେଟର ସାଇକେଲ ଦୁର୍ଘଟଣା,ଆରାେହୀ ବୟସ୍କା ମହିଳାଙ୍କ ଅକାଳ ବିୟାେଗ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର,ତ ୧୪ ୵ ୯ ୵ ୨୦): ପଦ୍ମପୁର ସହର ଦେଇ ପାଟଣାଗଡରୁ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ବସନାକୁ ସଂଯାେଗ କରୁଥିବା MDR 36ରାସ୍ତାର ଧଉରାଭଟା ଗ୍ରାମ ଛକ ପାଖରେ ମାେଟର ସାଇକେଲ ଦୁର୍ଘଟଣା ଘଟି ବୟସ୍କ ମହିଳାଙ୍କ ଅକାଳ ବିୟାେଗ ଘଟିଛି ।

ଜଗଦଲପୁର ଥାନା ପାେଲିସ ସୁତ୍ରରୁ ପ୍ରକାଶଯେ,ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ପାଖ ରାମପୁର ଗ୍ରାମର ପୁରଂଦର ଠାକୁର ସାେମବାର ସକାଳେ ଏକ ମାେଟର ସାଇକେଲ ଯାେଗେ ଜଗଦଲପୁର ଦେଇ ଛତିଶଗଡ ରାଜ୍ୟର ବସନା ଥାନା ଅନ୍ତର୍ଗତ କେରାମୁଣ୍ଡାକୁ ଯାଉଥିଲେ ।ତାଙ୍କ ସାଙ୍ଗରେ ତାଙ୍କ ବିଧବା ବଡ ଭଉଣୀ ସକୁନ୍ତଲା ରାଜପୁତ(ବୟସ-୬୯)ଉକ୍ତ ମାେଟର ସାଇକେଲରେ ପଛପଟେ ବସିଥିଲେ । ରାସ୍ତାରେ ଯିବା ସମୟରେ ସକାଳ ପ୍ରାୟ ୮ଟା ସମୟରେ ଜଗଦଲପୁର ପାଖ ଧଉରାଭଟା ଗ୍ରାମ୍ୟଛକ ନିକଟ ରାସ୍ତା କଡର ଏକ ବଂଧ ପାଖରେ ମାେଟର ସାଇକେଲଟି ଭାରସାମ୍ୟହରାଇ ଏକ ଗାତରେ ପଡିଯାଇଥିଲା । ଘଟଣାସ୍ତଳରେ ପଛପଟେ ବସିଥିବା ସକୁନ୍ତଲା ମାେଟର ସାଇକେଲରୁ ରାସ୍ତାରେ ଛିଟିକି ପଡିବାରୁ ତାଙ୍କର ମୁଣ୍ଡଫାଟିଯାଇ ପ୍ରଚୁର ଆଘାତ ହାେଇଥିଲା । ଖବର ପାଇ ଜଗଦଲପୁର ଥନାଧିକାରୀ ଲଳିତା ଲିଲିମା ବାର୍ଲା ,ହାବିଲଦାର ଜିତେନ୍ଦ୍ରିୟ ଦାସ,ଥାନାଷ୍ଟାଫ ନାରାୟଣ ମିଶ୍ର ପ୍ରମୁଖ ଘଟଣାସ୍ତଳରେ ପଂହଚିଥିଲେ । ସେଠାରୁ ସକୁନ୍ତଲା କୁ ଚିକିତ୍ସା ନିମନ୍ତେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ ।ଘଟଣାଟି ଗୁରୁତରହେବାରୁ ତାଙ୍କୁ ବୁୁର୍ଲାକୁ ପଠାଇବା ପାଇଁ ଡାକ୍ତର ନିର୍ଦେଶ ଦେଇଥିଲେ । କିତୁଂ ବୁର୍ଲା ଯିବା ପୁର୍ବରୁ ସକୁନ୍ତଲାଂକ ପ୍ରାଣ ବାୟୁ ଉଡିଯାଇଥିଲା । ଜଗଦଲପୁର ପାେଲିସ ଏ ସଂର୍ପକରେ ଏକ ମାମଲାରୁଜୁକରି ଦୁର୍ଘଟଣାଗ୍ରସ୍ତ ମାେଟର ସାଇକେଲକୁ ଜବତ କରିଛନ୍ତି । ଘଟଣାଟି ଅଞ୍ଚଳରେ ସାରା ଶାେକର ଛାୟା ଖେଳିଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: