Tuesday, September 29, 2020
Home District News ବନ୍ଧୁଗାଁ ବ୍ଲକରେ ଅନେକ ଗାଁ ସରକାରୀ ଯୋଜନାରୁ ବଂଚିତ, ସରକାର ଚୁପ

ବନ୍ଧୁଗାଁ ବ୍ଲକରେ ଅନେକ ଗାଁ ସରକାରୀ ଯୋଜନାରୁ ବଂଚିତ, ସରକାର ଚୁପ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା୧୩/୯/୨୦): ବନ୍ଧୁଗାଁ ବ୍ଳକ ପଞ୍ଚାୟତ ବନ୍ଧୁଗାଁ ଗ୍ରାମ ପଞ୍ଚାୟତରୁ ୫ କିମି ଦୁରରେ ଅବସ୍ଥିତ | ଚାଉଳ ନେବା, ଦେହ ଅସୁସ୍ତ ହେଲେ ରୋଗୀଙ୍କୁ ନେବା ପାଇଁ ୧୦୮ ଗାଡିକୁ ଫୋନ କରିବା ପାଇଁ ଯୋଗାଯୋଗର ସୁବିଧା ନାହିଁ, କି ଗାଡି ମାଧ୍ୟମରେ ନେବା ପାଇଁ ଗ୍ରାମକୁ ଆସିବା ପାଇଁ ଭଲ ରାସ୍ତା ନାହିଁ |

କେବଳ ଲୋକେ ଯଦି ବନ୍ଧୁଗାଁ ଯିବାର ଆବଶ୍ୟକ ହେଲେ ଚାଲିଚାଲି ବଣ ଜଙ୍ଗଲ ରାସ୍ତା ଦେଇ ବନ୍ଧୁଗାଁ ଆସିଥାନ୍ତି ଓ ନିଜର ଯେକୌଣସି କାମ ଥିଲେ ଭୋକ ଉପାସରେ ମଧ୍ୟ ରହି ନିଜ କାମକୁ ଶେଷ କରି ଫେରନ୍ତି | ଦାସିନି ଗ୍ରାମଦେଇ ଯାଇଥିବା ପି ଡବ୍ଲୁ ଡି ମୁଖ୍ୟ ରାସ୍ତା ଠାରୁ ତଳ ଡ଼ାବେରି ପର୍ଜ୍ୟନ୍ତ ପିଏମଜିଏସୱାଇ ରାସ୍ତା ଆଜକୁ ତିନି ବର୍ଷ ହେଲା କାମ ଏ ପର୍ଯ୍ୟନ୍ତ ଶେଷ ହଇପାରୁନାହିଁ । ଯେତିକି କାମ ଓ ପୁଲିଆ କରାଯାଇଛି ପୁରା ନିମ୍ନ ମାନରେ କରାଯାଇଛି, ରାସ୍ତା କାମ ଶେଷ ହୋଇ ପାରୁ ନ ଥିବାରୁ ଗାଡି ଚାଲିବାର ନାମ ନାହିଁ | ଗର୍ଭବତୀ ମହିଳା ମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ସେବାରୁ ଓ ଶିଶୁ ମାନଙ୍କୁ ଏହି ଗ୍ରାମରେ ଶିକ୍ଷାର ଉନ୍ନତିରୁ ବଞ୍ଚିତ ଅଛନ୍ତି | ଦେଶ ସ୍ଵାଧୀନ ହୋଇ ୭୩ ବର୍ଷ ହେଲାଣି ମାତ୍ରକ ଗ୍ରାମକୁ ବିଜୁଳି ସଂଯୋଗ ହୋଇନାହିଁ, ଏହି ଗ୍ରାମରେ ବିଜୁଳି ନ ଥିବାରୁ NGO ଦ୍ଵାରା ଦିଆଯାଇଥିବା ସଲାର ଚାର୍ଜିଙ୍ଗ ବେଟରି ଲାଇଟ ଗ୍ରାମରେ ଲଗା ଯିବା ପାଇଁ ଦିଆଯାଇଥିଲା | କିନ୍ତୁ ନାଁ ଚାର୍ଜିଙ୍ଗ ଲାଇଟରୁ ବେଟେରୀକୁ ତାର ସଯୋଗ ହୋଇଛି ନାଁ ଗାଁ ଲୋକେ ଏହାର ସୁବିଧା ପାଇପାରୁଛନ୍ତି | ଏପରି ଭାବରେ ଏହି ଗ୍ରାମ ନାଁରେ ସରକାରୀ କର୍ମଚାରୀ ମାନେ ବିନା କାମରେ ଟଙ୍କା ହଡପ କରି ଖାଉଛନ୍ତି | ନିରୀହ ଆଦିବାସୀଙ୍କୁ କାଗଜ କଲମରେ କାମ ଦେଖାଉଛନ୍ତି | ଏହି ଗ୍ରାମରେ ନଳକୂଅ ନାହିଁ ଗ୍ରାମ ନିକଟ ଦେଇ ବହିଯାଉ ଥିବା ନଦୀ ପାଣିରୁ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ । ନଳ କୂଅ ବିଷୟରେ ପଞ୍ଚାୟତରେ ବହୁବାର ଜଣାଇବା ପରେ ମଧ୍ୟ ପାଣିର ସୁବିଧା ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆ ଗଲାନି | ଏହି ତଳ ଡ଼ାବେରି ଗ୍ରାମରେ ପ୍ରଧାନମନ୍ତ୍ରିଙ୍କ ଦ୍ଵାରା କରାଜାଇଥିବା ସ୍ବଚ୍ଛ ଭାରତ ପକ୍ଷରୁ ସ୍ୱଚାଳୟ ଗୁଡିକ ଫେଲ ମାରିଛି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ଵ୍ରାରା ହୋଇଥିବା ପ୍ରଧାନ ମନ୍ତ୍ରି ଆବାସ ,ଇନ୍ଦିରା ଆବାସ ଯୋଜନା,ମୋ କୁଡିଆ,ନା ବିଜୁ ପୋକା ଘର ଏହି ସମସ୍ତ ଯଜନାରୁ ଗ୍ରାମଲୋକେ ବଞ୍ଚିତ | ଏହି ଗ୍ରାମ ଲୋକେ କେବଳ ଡ଼ଙ୍ଗର ଜମିରେ ପୋଢୂ ଚାଷ ଓ ଅଳ୍ପ ମାତ୍ରାରେ କିଛି ଲୋକଙ୍କୁ ଚାଷ ଜମି ଥିବାରୁ ଚାଷ କରିଥାନ୍ତି । ବାକି ଲୋକେ ଡଙ୍ଗର୍ ଭୁମି ହିଁ ଭରସା,କାରଣ ଗ୍ରାମରେ ଅଧିକା ଜମି ନ ଥିବାରୁ କିଛି ଲୋକେ ଅଙ୍ଗାର କଇଲା,ଜାଳେଣି ପାଇଁ କାଠ,ଖଲି କରିବା ପାଇଁ ସିଆଡୀ ପତ୍ର ଆଦି ଆଦାୟ କରି ବନ୍ଧୁଗାଁକୁ ବିକ୍ରି କରିବାକୁ ନେଇଥାନ୍ତି,ବାକି କିଛି ଲୋକେ ନିଜ ନିଜ ଚାଷ ଓ ଘର କାମ କରି ଦିନଟିକୁ ବିତାଇ ଥାନ୍ତି । ଏହି ଗ୍ରାମରେ ଆଜକୁ ପ୍ରାୟ ୫୦ ବର୍ଷ ହେଲାଣି ଗ୍ରାମରେ ବଷବାସ କରିଥିବାର ଗାଁ ୱାର୍ଡ ସଭ୍ୟ ୱ।ଡେକା ପାଲସୁ,ମେଳେକା ସିତୁରୁ,ମାଣ୍ଢିଙ୍ଗ ବାତରି ଓ ଗ୍ରାମର ସତାଧିକ ଲୋକେ ଏହା ବି କହିଳେକୀ ଗାଁ ମୁଣ୍ଡରେ ରହିଥିବା ପାହାଡ଼ ଦେଇ ଅଳ୍ପ ବର୍ଷା ହେଲେ ଗାଁ ଭିତରେ ପାଣି ପସୁଥିବାରୁ ଲୋକେ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି | ଏଁଣୁକରି ଏକ ପ୍ରଟେକସନ ୱ।ଲ କରାଜିବା ପାଇଁ ପୁର୍ବ ଦୁଇ ଜଣ ବିଡିଓଙ୍କୁ ଲିଖିତ ଭାବରେ ଜଣାଇ ଥିଲେ କିନ୍ତୁ କିଛି ହୋଇପାରି ନାହିଁ ବର୍ତ୍ତମାନ ବିଡିଓଙ୍କୁ ଉକ୍ତ ବିଷୟକୁ ଜଣାଇବୁ ବୋଲି ଗଣମାଧ୍ୟମକୁ ଗୁହାରି ଜଣାଇଥିଲେ ଗ୍ରାମବାସୀ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: