Tuesday, September 29, 2020
Home Accidental Death ଵିଷମକଟକ ଗୋତିଗୁଡା ନିକଟରେ ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା, ହମ୍ପସ୍ ଦାଵିରେ ତିନିଘଣ୍ଟା ରାସ୍ତା...

ଵିଷମକଟକ ଗୋତିଗୁଡା ନିକଟରେ ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା, ହମ୍ପସ୍ ଦାଵିରେ ତିନିଘଣ୍ଟା ରାସ୍ତା ରୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ମୁନିଗୁଡା (୧୩/୦୯): ରାୟଗଡା ଵିଷମକଟକ ବ୍ଲକ ଗତିଗୁଡା ସ୍କୁଲ ଆଗରେ ରାୟଗଡା ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଓ ବୁଲକ ଟ୍ୟାଙ୍କର ଝାର୍ସୁଗୁଡା ଅଭିମୁଖେ ଯାଉଥିଲା।

This slideshow requires JavaScript.

ରାୟଗଡାରୁ ଵିଷମକଟକ ପର୍ଯ୍ୟନ୍ତ ମରଣଯନ୍ତା ପାଲଟି ଥିବା ରାସ୍ତାରେ ଏହି ଦୁଇ ଯାନ ଓଭର ଟ୍ୟାକ୍ କରୁଥିବାବେଳେ ଗୋତିଗୁଡା ସ୍କୁଲ ଆଗରେ ଦୁଇ ଗାଡି ବାଡେଇ ହୋଇ ଗୁରୁତର ଅବସ୍ଥାରେ ଟ୍ୟାଙ୍କର ଓଲଟି ପଡ଼ିଛି। ସୂଚନା ମୁତାବକ ଟ୍ୟାଙ୍କର ଡ୍ରାଇଭର ଗୁରୁତର ଅବସ୍ଥାରେ ଫେରାର ଅଛି। କେହି ମୃତାହତ ହୋଇ ନ ଥିଲେ । ଵାରମ୍ବାର ଏପରି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି। ଆଜି ସ୍ଥାନୀୟ ଲୋକମାନେ ଏହି ବଡ଼ ବିପତିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେଣୁ ଏହି ଦୁର୍ଘଟଣା ଘଟିବା ସମୟ ଠାରୁ ହମ୍ପସ୍ ଦାଵି କରି ଲୋକମାନେ ଦୀର୍ଘ ତିନି ଘଣ୍ଟା ଗୋତିଗୁଡା ନିକଟରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାୟଗଡା ଓ 0ମୁନିଗୁଡା କିଛି ସମୟ ଗାଡି ମଟର ଯାତାୟତ ଵନ୍ଦ ହୋଇଯାଇଥିଲା। ଘଟଣା ସ୍ଥଳରେ ଆଇ ଆଇ ସି ଶ୍ରୀ ଯଶୋବନ୍ତ ହିଆଳ ଓ ତହସିଲଦାର ଶୁଭେନ୍ଦୁ କୁମାର ଜେନା ପହଞ୍ଚି ଲୋକମାନଙ୍କୁ ଵୁଝାସୁଝା କରି ହମ୍ପସ୍ କରିବା ପାଇଁ ଵିଭାଗିୟ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ଲୋକମାନେ ରାସ୍ଥାରୁ ଉଠିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: