ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳିପଡ଼ିଲେ ୩ ମହିଳା

0
41
ବିଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୭/୦୯) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଚିତାମୁଣ୍ଡା ଗାଁ’ରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଶାନ୍ତି ଲିମଗଛିଆ, ରୂପେ ନିମଗଛିଆ, ଲତା ନିମଗଛିଆ ।

ନିଜ ଚାଷ ଜମିରେ କାମ କରି ଫେରୁଥିବାବେଳେ ହଠାତ୍ ବ୍ରଜପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଘଟଣା ସଂକ୍ରାନ୍ତରେ ଧର୍ମଗଡ଼ ପୋଲିସକୁ ଜଣାଇବା ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତରଖାନା ପଠାଇଛନ୍ତି । ମୃତକ ମାନେ ଗୋଟିଏ ପରିବାର ହୋଇଥିବାବେଳେ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।