ମହିଳାଙ୍କ ପ୍ରତିଭାର ବିକାଶ ପାଇଁ ନୂତନ ସାମାଜିକ ସଂଗଠନ ‘ମମତା’

0
45
ମହିଳାଙ୍କ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୬/୯) : ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ତଥା ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାର ବିକାଶ ପାଇଁ ସୋନପୁରରେ ଗଢି ଉଠିଥିବା ନୂତନ ସାମାଜିକ ସଂଗଠନ ‘ମମତା’ ପ୍ରୟାସ ଆରମ୍ଭ କରିଛି ।

ସଂଗଠନ ପକ୍ଷରୁ ମହିଳା ଲୁଚିଥ୍‌ବା ପ୍ରତିଭାର ବିକାଶ ପାଇଁ ପ୍ରୟାସ ମାନଙ୍କୁ ଫ୍ୟାସନ ଡିଜାଇନିଂ, ମଡେଲିଂ, ହସ୍ତଶିଳ୍ପ, ସିଲେଇ ଆଦି ତାଲିମ ଦିଆଯିବ ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ମମତା ଦାସ କହିଛନ୍ତି । ଆଗାମୀ ଦିନରେ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ତଥା ସ୍ବାବଲମ୍ବୀ ପାଇଁ ମମତା ଫ୍ୟାସନ ଡିଜାଇନିଂ ସ୍କୁଲ୍ ମାଧ୍ଯମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନୁଷ୍ଠାନ ପକ୍ଷରୁ ଆୟୋଜିତ ମଡେଲିଂ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା ।

ମୁଖ୍ୟ ପରିଚାଳକ କାହ୍ନୁଚରଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ କବି ତଥା ବରିଷ୍ଠ ଆଇନଜୀବୀ -ଶ୍ୟାମାଓଁ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅଧ୍ୟାପକ ତଥା “ସୋନପୁର ମହାବିଦ୍ୟାଳୟର ଏନ୍‌ସିସି ମୁଖ୍ୟ ଆଶିଷ ଅଗ୍ରୱାଲ, ନାଟ୍ୟ ନିର୍ଦ୍ଦେଶକ ମନୋଜ ବାରିକ ଏବଂ ସାମାଜିକ କର୍ମୀ ଦେବକୀ -ନନ୍ଦନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ମୁଖ୍ୟ ମମତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।