Tuesday, September 29, 2020
Home District News ଜାମଖୁଣ୍ଟା ପଞ୍ଚାୟତ ଚାଷୀ ଫସଲ ବୀମାରୁ ବଞ୍ଚିତ। କ୍ରୋପ କଟିଂରେ ବ୍ୟାପକ ହେରଫେର ଅଭିଯୋଗ

ଜାମଖୁଣ୍ଟା ପଞ୍ଚାୟତ ଚାଷୀ ଫସଲ ବୀମାରୁ ବଞ୍ଚିତ। କ୍ରୋପ କଟିଂରେ ବ୍ୟାପକ ହେରଫେର ଅଭିଯୋଗ

ରିପୋର୍ଟ: ଦ୍ରୌପଦ ନାୟକ //
ବଲାଙ୍ଗୀର (୧୩/୦୯): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଯାମଖୁଣ୍ଟା ପଞ୍ଚାୟତ ଅବସ୍ଥିତ। ୨୦୧୯ ମସିହାରେ ବର୍ଷା ଭାବ ଯୋଗୁ ବ୍ୟାପକ ଧାନ ଫସଲ ହାନି ହୋଇ ଥିଲା।ଠିକ୍ ସମୟରେ କ୍ରପ କଟିଂ ପ୍ରଶାସନ କଳା ସତ କିନ୍ତୁ ପ୍ରଶାସନର ଫସଲ ବୀମା କ୍ରପ୍ କାଟିଂ ସମୟରେ ବାବୁ ମାନଙ୍କୁ ଉକ୍ତ ପଞ୍ଚାୟତର ଚାଷୀ ମାନଙ୍କୁ କୌଣସି ପ୍ରକାରେ ଖୁସି କରି ପାରି ନ ଥିଲେ |

ନିକଟସ୍ଥ ପଞ୍ଚାୟତକୁ ଫସଲ ବୀମା ପ୍ରଦାନ କରା ଗଲା ବୋଲି ଯାମଖୁଣ୍ଟା ପଞ୍ଚାୟତ ର ଚାଷୀ ମାନେ ଅଭିଯୋଗ କରିଛନ୍ତି।ଏପରି ଯାମଖୁଣ୍ଟା ପଞ୍ଚାୟତ ର ମୌଜାରେ ଜମି ଥିବା ନିକଟସ୍ଥ ପଞ୍ଚାୟତର ଚାଷୀ ମାନଙ୍କୁ ଫସଲ ବିମା ଦିଆଯାଇଥିବା ବେଳେ କେଉ କାରଣରୁ ଯାମଖୁଣ୍ଟା ପଞ୍ଚାୟତ ଚାଷୀଙ୍କୁ ବଞ୍ଚିତ କରାଗଲା ବୋଲି ଚାଷୀ ମାନେ ଆଜି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଯାମଖୁଣ୍ଟା ପଞ୍ଚାୟତରୁ ସର୍ବାଧିକ ଦାଦନ ପ୍ରବଣ ପଞ୍ଚାୟତ ହେଉଥିବାରୁ ସମଗ୍ର ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି।ଭୋଗୌଳିକ ଦୃଷ୍ଟି କୋଣରୁ ଯାମଖୁଣ୍ଟା ପଞ୍ଚାୟତରେ ଗନ୍ଧର୍ଲା ପଞ୍ଚାୟତର ଅର୍ଦ୍ଧାଧିକ ଜମି ରହିଛି। ହେଲେ ବ୍ଲକ ପ୍ରଶାସନ କ୍ରାପ୍ କଟିଙ୍ଗ ସମୟରେ କିପରି ଯାମଖୁଣ୍ଟା ପଞ୍ଚାୟତକୁ ଫସଲ ବୀମା କ୍ରାପ କଟିଙ୍ଗ ରୁ ବାଦ୍ ଦେଲେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ ହୋଇ ପଡ଼ିଛି । ନଚେତ୍ ପଞ୍ଚାୟତ ବାସି ଏପରି କରୋନା ସମୟରେ ନିଜକୁ ଭୃକ୍ଷେପ ନ କରି ଖଡ଼ିଆଳ ଭବାନୀ ପାଟଣା ରାଜ ରାସ୍ତା କୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । ଏବଂ ଚୋଲା ମଣ୍ଡଳମ ଫସଲ ବୀମା କମ୍ପାନୀ ପ୍ରତିନିଧି ,ବ୍ଲକ କୃଷି ବିଭାଗ, ରାଜସ୍ୱ ବିଭାଗର କରପ୍ କଟିଙ୍ଗରେ ପାତର ଅନ୍ତର ମନୋଭାବକୁ ଯାମଖୁଣ୍ଟା ପଞ୍ଚାୟତ ଚାଷୀ ମାନେ ନାପସନ୍ଦ କରି ଥିବା ଅଭିଯୋଗ କରିଛନ୍ତି । ଏ ନେଇ ବଲାଙ୍ଗୀର ଜିଲ୍ଲାପାଳ ଦୃଷ୍ଟି ଦେଇ ଫସଲ ବିମା ଯଥା ଶୀଘ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି । ଏବଂ ମାନ୍ୟବର ବିଧାୟକ, ସାଂସଦ, ଜିଲ୍ଲାପାଳ, କୃଷିମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ତୁରନ୍ତ ଦୃଷ୍ଟି ଦାବି କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: