ନାଟକ ସମାଜ ଶୃଙ୍ଖଳାର ପ୍ରମୁଖ ଅସ୍ତ୍ର

0
45
ନାଟକ ସମାଜ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୯) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ଓଡ଼ିଶା ନାଟ୍ୟ ସଂଘର ସ୍ବନକ୍ଷତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଅଛି ।WhatsApp Image 2023-09-27 at 09.26.20 (1)

ମହାନଦୀ ସାହିତ୍ୟ ସଂସଦ, ଟ୍ରେଣ୍ଡି ଏକାଡ଼େମୀ ଏବଂ ନାଟ୍ ନାଟ୍ୟାନୁଷ୍ଠାନର ମିଳିତ ଉଦ୍ୟମରେ ଆୟୋଜିତ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାସାଖାର ସଂଯୋଜକ ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋପାଳ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ର, କବି ଅଦ୍ବୈତ କୁମାର ପଣ୍ଡା, କବି ନାଟ୍ୟକାର ଶ୍ରୀଧର ବାଗ୍, ପ୍ରାଧ୍ୟାପକ ସୌମିତ୍ରୀ ପ୍ରଧାନ, କବି ବିଘ୍ନରାଜ ପଣ୍ଡା ଓ କଥାକାର କ୍ଷୀରୋଦ ବିହାରୀ ବିଶ୍ବାଳ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ କବି ପ୍ରଭୁଦତ୍ତ ରଥ ଯୋଗଦେଇ ତାଂକ ବକ୍ତବ୍ୟରେ ନାଟକ ସମାଜ ଶୃଙ୍ଖଳାର ପ୍ରମୁଖ ଅସ୍ତ୍ର ବୋଲି କହିଥିଲେ ।

ଅନେକ ନୂଆଁ ନୂଆଁ କଳାକାରମାନଙ୍କ ଗହଣରେ ଓଡ଼ିଶାର ପ୍ରତିଷ୍ଠିତ ଆଲବମ୍ ନୃତ୍ୟଶିଳ୍ପୀ ଓ ଅଭିନେତା ସୁରେଶ ପ୍ରସାଦ ରଥ, ଅଭିନେତା କିଶୋର ହୋତା, ଅଭିନେତା ଶିବରାଜ କମ୍ପ, କବି ଲକ୍ଷ୍ମୀ ନାରାୟଣ ସାହୁ, ନାଟ୍ୟଚକ୍ରର ନିର୍ଦେଶକ ମନୋଜ ବାରିକ ଓ ଦେବକୀ ନନ୍ଦନ ମିଶ୍ର ଆଦି କଳାକାରମାନଙ୍କ ସମାଗମ ଏବଂ ସେମାନଙ୍କର ନାଟ୍ୟ ସଂଳାପ ପରିବେଶକୁ ମନୋରଂଜକ କରିଥିଲା । ଗଦାଧର ପ୍ରଧାନ, ନୀଳାମ୍ବର ପ୍ରଧାନ, ରୁବି ବେହେରା ଓ ଦିନେଶ ତ୍ରିପାଠୀ କାର୍ଯ୍ୟକ୍ରମରେ ବିଶେଷ ଭୂମିକା ଗ୍ରହଣ କରିଥିଲେ ।