Friday, March 29, 2024

Top 5 This Week

Related Posts

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଉପ କାରାଗାରରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୯) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଉପ କାରାଗାର ସୋନପୁର ଠାରେ ଏକୀକୃତ ଏଚଆଇଭି, ସିଫିଲିସ, ଯକ୍ଷ୍ମା ଏବଂ ହେପାଟାଇଟିସ୍ ରୋଗ ଉପରେ ଜେଲ ଏବଂ ସ୍ଵଧାର ଗୃହ ଅନ୍ତେବାସୀ ଙ୍କୁ ନେଇ ସଚେତନତା ଓ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ର ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଅଛି lWhatsApp Image 2023-09-27 at 09.26.19

ଏହି ସଭାରେ ମୁଖ୍ଯ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଳା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ବିଶ୍ଵ ଭୂଷଣ ପତି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଶିବିର ରେ ଉପସ୍ଥିତ ଥିବା 90 ଜଣ ଜେଲ ଅନ୍ତେବାସୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଜେଲ ଅଧ୍ୟକ୍ଷ ଡିଲେଶ୍ଵର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡାଃ ପ୍ରକାଶ ଦଣ୍ଡସେନା ମେଡିକାଲ ଅଫିସର ଆଇସିଟିସି,ଅତିଥିଭାବେ ଯୋଗଦାନ କରି ଏଚ୍ ଆଇ ଭି ଏବଂ ସିଫିଲିସ ରୋଗ ଉପରେ ଜେଲ ଅନ୍ତେବାସୀ ଙ୍କୁ ସଚେତନତା କରାଇଥିଲେ l ବିଶ୍ୱାମ୍ବର ବେହେରା, ଜିଲ୍ଳା ସଂଯୋଜକ ଜାତୀୟ ସ୍ୱାସ୍ଥ୍ୟ ମିଶନ, କାର୍ଯ୍ୟକ୍ରମକୁ ସୁଚାରୁରୂପେ ଜିଲ୍ଲାରେ ଥିବା ପ୍ରତେକ, କାରାଗାର, ଆଶ୍ରୟ ଗୃହ, ଡ୍ରଗ ରିହାବିଲିଟେସନ ସେଣ୍ଟର ମାନଙ୍କରେ ଶତ ପ୍ରତିଶତ ସଚେତନତା ଓ ପରୀକ୍ଷI କରିବା ପାଇଁ ପରାମର୍ଶ ଦେଇଥିଲେ I

ଉପସ୍ଥିତ ଥିବା ମାଇକ୍ରୋବାୟୋଲୋଜିଷ୍ଟ ହେପାଟାଇଟିସ୍ ରୋଗ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ I ଜିଲ୍ଲାର ଆଇସିଟିସି ସୁପରଭାଇଜର ସୁଦାମ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ l ଡୋଲେସ୍ଵର ବେହେରା, ଜ୍ଞାନ ସାହୁ, ସୁଜିତ୍ ପ୍ରଧାନ ଏବଂ ୱାଇ ଆର୍ ଜୀ କେୟାର ର କର୍ମକର୍ତ୍ତା କୌଶିକ୍ ମେହେର୍ ପ୍ରମୂଖ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ l

Popular Articles