Friday, August 7, 2020
Home National News ମେ ଶେଷ ସପ୍ତାହରେ କେରଳ ଛୁଇଁବ ମୌସୁମୀ, ଏବର୍ଷ ସ୍ୱାଭାବିକ ବର୍ଷା

ମେ ଶେଷ ସପ୍ତାହରେ କେରଳ ଛୁଇଁବ ମୌସୁମୀ, ଏବର୍ଷ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ: ଆମ ଦେଶର ଜନତାଙ୍କ ପାଇଁ ଏକ ଶୁଭ ଖବର । ଏବର୍ଷ ଦେଶର ମୌସୁମୀ ପ୍ରବାହ ସ୍ୱାଭାବିକ ରହିବ । ଏକଥା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗର ମହା ନିର୍ଦ୍ଦେଶକ କେ.ଜେ. ରମେଶ କହିଛନ୍ତି ଯେ ଏବର୍ଷ ଦେଶରେ ମୌସୁମୀ ପ୍ରବାହ ୯୭ ପ୍ରତିଶତ (+/-5%) ରହିବ ।

ଦେଶର ହାରାହାରି ମୌସୁମୀ ବୃଷ୍ଟିପାତ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ରହିଲେ ତାହାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯାଏ । ୧୦୪ରୁ ୧୧୦ ମଧ୍ୟରେ ରହିଲେ ତାହାକୁ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି କୁହାଯାଏ । ୧୧୦ ପ୍ରତିଶତ ଉପରେ ହେଲେ ତାହାକୁ ଅତିବୃଷ୍ଟି ବୋଲି କୁହାଯାଏ । କିଛିଦିନ ପୂର୍ବେ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍‌ ମଧ୍ୟ ସମାନ ପୂର୍ବାନୁମାନ କରିଥିଲା ।

ଭାରତୀୟ ଅର୍ଥନୀତି, ରାଜନୀତି ଉପରେ ଏକ ବଡ଼ ପ୍ରଭାବ ଥାଏ ମୌସୁମୀ ପ୍ରବାହର । ଅର୍ଥାତ୍‌ ଦେଶରେ ଭଲ ବର୍ଷା ହେଲେ କୃଷି ଉତ୍ପାଦନ ବଢିବ, ଏହା ଦ୍ୱାରା ଦେଶର କୃଷି ଓ ଗ୍ରାମୀଣ ଅର୍ଥନୀତି ଅଭିବୃଦ୍ଧି ହାସଲ କରିବ । ଏପରି ହେଲେ ସରକାରଙ୍କ ପାଇଁ ଏହା ଏକ ଶୁଭ ସୂଚନା । ବର୍ଷ ଶେଷକୁ ରାଜସ୍ତାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ପାଇଁ ଏକ ଆଶ୍ୱସ୍ତିଭରା ଖବର ବୋଲି କୁହାଯାଇପାରେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: