Thursday, October 1, 2020
Home Accidental Death ସିମେଣ୍ଟ ଟ୍ରକ ଓଲଟି ଚାଳକ ମୃତ୍ୟୁ ଓ ହେଲପର ଆହତ

ସିମେଣ୍ଟ ଟ୍ରକ ଓଲଟି ଚାଳକ ମୃତ୍ୟୁ ଓ ହେଲପର ଆହତ

ରିପୋର୍ଟ:ମିନା ବେହେରା //
ବନ୍ଧୁଗାଁ (ତା୧୨/୯/୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରିପଟ ନିକଟସ୍ତ ଗଡାଣି ଠାରେ ଏକ ଛ ଚକିଆ ଟ୍ରକ ବନ୍ଧୁଗାଁକୁ ଆସୁଥିବା ବେଳେ ଗାଡିର ଭାର ସାମ୍ୟ ହରାଇ ଓଲଟି ଯିବା ଫଳରେ ଗାଡି ଚାଳକର ମୃତ୍ୟୁ ହୋଇଛି | ମୃତ ବ୍ୟକ୍ତିଙ୍କ ନାମ ଦିନାନାଥ ଶାର୍ମା-୬୫ |

ରାୟଗଡ଼ାର ଦିନାନାଥ ସାର୍ମାଙ୍କ ଛ ଚକିଆ ଟ୍ରକ ନ-ଓଡ଼ି୧୮ସି ୬୫୭୮ଗାଡ଼ିରେ ନିଜ ପୁଅ ଆରମାନଜିତ ଶାର୍ମା-୩୦ସହ ଦୁହେଁ ବାପ ପୁଅ ନିଜ ଟ୍ରକରେ ସିମେଣ୍ଟ ନେଇ ବନ୍ଧୁଗାଁ ବ୍ଳକର ତୁରୁକୁ ପେଟା ଗ୍ରାମର ଗେମ୍ବାଲି ମନଜଙ୍କ ପାଖକୁ ସିମେଣ୍ଟ ନେଇ ଯାଉଥିବା ବେଳେ ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରୀପୁଟ ଗ୍ରାମ ପରେ ଚାଳକର ଭାରସାମ୍ୟ ହରାଇ ଗାଡି ଗାତ ଭିତରକୁ ଓଲଟି ହୋଇ ପଡିବା ଯୋଗୁଁ ଗାଡି ଚାଳକ ଦିନାନାଥ ଶାର୍ମାଙ୍କ ମୃତ୍ୟୁ ହଇଥିବା ବେଳେ ପୁଅ ଆରମାନଜିତ ଶାର୍ମାଙ୍କୁ ସାଧାରଣ ଭାବରେ ଅଳ୍ପ ଆଘାତ ଲାଗିଛି | ଉକ୍ତ ଘଟଣା ଘଟିବାକୁ ନେଇ ବବନ୍ଧୁଗାଁ ଥାନାରେ ଏକ ଲିଖିତ ଭାବରେ ଅଭିଯୋଗ ଦେଇ ଥିବାରୁ ଦୁର୍ଘଟଣା ସ୍ଥାନକୁ ଯାଇ ଗାଡି ଓ ମର ଶରିରକୁ ଜବତ କରି ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଗଲା । ଏପରି ଭାବରେ ଅନେକ ଥର ଏକା ସ୍ଥାନରେ ପ୍ରବଳ ମାତ୍ରାରେ ଗାଡିମାନଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଛି ଯଦ୍ଵାରାକି ଅଧୀକାଂଶ ଗାଡି ଚାଳକ ମାନଙ୍କର ଜୀବନ ଚାଲି ଯାଉଥିବାର ଦେଖିବାକୁ ମିଳିଛି। ଉକ୍ତ କେଶକୁ ବନ୍ଧୁଗାଁ ଥାନା ଅଧିକାରୀ ଏ ଏସ୍ ଆଇ ଶ୍ରୀ ରାଧା ରମଣ ବେହେରା କେଶକୁ ୮୯ ଦଫାରେ ରୁଜୁ କରାଯାଇ ଥିବା ଜଣାପଡିଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: