Friday, March 29, 2024

Top 5 This Week

Related Posts

ଅଲ୍ ଓଡିଶା ଜେଲ୍ କର୍ମଚାରୀ ସଂଘର ଆମରଣ ଅନଶନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୫/୯) : ଦିନରାତି କଏଦୀ ମାନଙ୍କ ଦେଖାରଖା କରୁଥିବା ଜେଲ କର୍ମଚାରୀ ଏବେ ଆମରଣ ଅନଶନ ଜାରି ରଖିଛନ୍ତି ।WhatsApp Image 2023-09-26 at 14.34.16

ଦୀର୍ଘ ଦିନ ହେଲା ସରକାର ଓ ଡ଼ିଜିଙ୍କ ନିକଟରେ କେତେକ ଦାବି ରଖିଥିଲେ ମଧ୍ୟ ଅତ୍ୟାବଧି ତାହା ପୂରଣ ହୋଇପାରିଲା ନାହିଁ । ଦୀର୍ଘ ଛଅ ମାସ ତଳେ ଡ଼ିଜିଙ୍କ ନିକଟରେ ଜେଲ କର୍ମଚାରୀ ସଂଘ ପାଞ୍ଚଟି ଦାବି ଉପସ୍ଥାପନ କରିଥିଲା, ଏହି ଦାବି ଗୁଡ଼ିକ ପୂରଣ କରାଯିବ ବୋଲି ଆଶ୍ଵାସନା ମଧ୍ୟ ମିଳିଥିଲା । କିନ୍ତୁ ଦାବି ଗୁଡ଼ିକ ଫାଇଲ ତଳେ ଚାପିହୋଇ ରହିଯାଇଛି । ତେଣୁ ସେପ୍ଟେମ୍ବର ୧୩ ତାରିଖରୁ କଳା ବ୍ୟାଚ ପରିଧାନ କରି ଜେଲ କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି । ତଥାପି ସରକାର କି ତିଜିଙ୍କର ନିଦ ନ ଭାଙ୍ଗିବାରୁ ଆଜିଠାରୁ ସମସ୍ତ ଜେଲ କର୍ମଚାରୀ କାର୍ଯ୍ୟକରିବା ସହ ଆମରଣ ଅନଶନ ଜାରି ରଖିଛନ୍ତି ।

ଆଜି ଗୁଣପୁର ଉପ କାରାଗାର ଠାରେ ଗୁଣପୁର ଜେଲ କର୍ମଚାରୀ ସଂଘର ପାଞ୍ଚ ଦଫା ଦାବିରେ ଆମରଣ ଅନଶନ ଜାରି ରହିଛି । ଆଜିର ଏହି ଆମରଣ ଅନଶନ ସମ୍ପର୍କରେ ଆମେ କାରାରକ୍ଷି/ସଵ କମିଟି ଗୁଣପୁରର ସଭାପତି ବିଶ୍ଵନାଥ ପଣ୍ଡାଙ୍କ ପ୍ରତିକ୍ରିୟା ନେଇଥିଲୁ, ଶ୍ରୀ ପଣ୍ଡାଙ୍କ ମୁତାବକ ତାଙ୍କର ମୂଖ୍ୟ ପାଞ୍ଚଗୋଟି ଦାବି ମଧ୍ୟରେ ରହିଛି ,ଗ୍ରେଡ ପେ ଟ ୧୯୦୦/- ରୁ ଟ ୨୦୦୦/_(କାରାରକ୍ଷି) ଓ ଟ ୨୦୦୦/ ରୁ ୨୪୦୦/- ଟଙ୍କା (ମୂଖ୍ୟ କାରାରକ୍ଷି)କୁ ବୃଦ୍ଧି କରିବା, କାରାରକ୍ଷି ରୁ ମୁଖ୍ୟ କାରାରକ୍ଷି ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ (ବରଇଷ୍ଠତଆ ଭିତ୍ତିକ) ୨୦୨୧ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ ଉଚ୍ଛେଦ କରିବା , ଖାଦ୍ୟ ଭତ୍ତା ୪୦୦/- ଟଙ୍କାରୁ ୧୪୦୦/- ଟଙ୍କାକୁ ବୃଦ୍ଧି କରିବା , ସପ୍ତମ ବେତନ କମିଶନ ୨୦୧୭ ଅନୁଯାୟୀ ୧୩ ମାସିକା ଦରମା ବୃଦ୍ଧି କରିବା ।

ଏହି ପାଞ୍ଚ ଦଫା ଦାବି ଯେଉଁ ପର୍ଯ୍ୟନ୍ତ ସରକାର ପୂରଣ କରିନାହାନ୍ତି ସେପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ବୋଲି ଜେଲ କର୍ମଚାରୀ ସଂଘ ଚେତାବନୀ ଦେଇଛି । ଆଜି ଗୁଣପୁର ଉପ କାରାଗାର ଠାରେ ବିଶ୍ଵନାଥ ପଣ୍ଡା (ସଭାପତି) , ପ୍ରଶାନ୍ତ କୁମାର ମହାକୁଡ଼, ପ୍ରକାଶ କୁମାର ବେହେରା, ହିମାଂଶୁ ଶେଖର ପାଢ଼ୀ, କେ ବିଜୟାନନ୍ଦ ଓରାମ, ଗୋପାଳ ନାୟକ, ରଞ୍ଜନ କୁମାର ଝୋଡିଆ, ସଞ୍ଜୟ କୁମାର ପ୍ରମୁଖ ଆମରଣ ଅନଶନ ଜାରି ରଖିଛନ୍ତି । ତେବେ କେବେ ଏହି ଜେଲ୍ କର୍ମଚାରୀ ମାନଙ୍କ ଉପରେ ସରକାର ଓ ଡ଼ିଜିଙ୍କ ଦୃଷ୍ଟି ପଡୁଛି ଓ ଜେଲ କର୍ମଚାରୀଙ୍କ ନାର୍ଯ୍ୟ ଦାବି ପୂରଣ ହେଉଛି ଦେଖିବାକୁ ବାକି ରହିଲା ।

Popular Articles