Tuesday, September 29, 2020
Home District News ସରକାରୀ କାମକୁ ନେଇ ଦୁଇ ଦଳ ମଧ୍ୟରେ ମାରପିଟ ବାପ ପୁଅକୁ ଛୁରା ମାଡ଼

ସରକାରୀ କାମକୁ ନେଇ ଦୁଇ ଦଳ ମଧ୍ୟରେ ମାରପିଟ ବାପ ପୁଅକୁ ଛୁରା ମାଡ଼

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୧୨/୯/୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତ କୁଟ୍ରାବେଡ଼ା ପଞ୍ଚାୟତର ଗୁଲମି ଗୁଡ଼ା ଗ୍ରାମର ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇ ଥିବାର ଅଭିଯୋଗ ବନ୍ଧୁଗାଁ ଥାନାରେ ଦିଆଯାଇଥିବାର ଥାନା ଅଧିକାରୀ ଓଆଇସି ଶ୍ରୀ ସଭ୍ୟସାଛି ସତପତି ଜଣାଇଛନ୍ତି ।

ଗତକାଲି ସକାଳେ କୁଟ୍ରାବେଡ଼ା ପଞ୍ଚାୟତର ଗୁଲମି ଗ୍ରାମର ବିନ ହୁଇକା-୪୮ ଓ ପୁଅ ମିଥୁନ ହୁଇକା-୨୫,ଏହି ଦୁଇଜଣଙ୍କୁ ଗୁଳମି ଗୁଡ଼ା ଗ୍ରାମର ଆକାଶ ହୁଇକା ଓ ତା ଦଳ ଲୋକେ ଦୋରା ହୁଇକା,ଉମାସଙ୍କର ହୁଇକା,କିସ୍ଟ ହୁଇକା,ସମି ହୁଇକା,ନନ୍ଦ ହୁଇକା ପାଞ୍ଚ ଯଣ ମିଶି ହାତରେ ଛୁରୀ,କାତି,ବାଡ଼ି,ଠେଙ୍ଗା ରେ ବାପ ପୁଅକୁ ଜିବନରେ ମାରି ଦବୁ କହି ବିନ ହୁଇକାଙ୍କ ଘରକୁ ଯାଇ ଟଣା ଓଟରା କରି ମାଡ଼ ମାରିବା ସହ ବିନ ହୁଇକା ଓ ମିଥୁନ ହୁଇକାଙ୍କୁ ଛୁରୀରେ ଆଘାତ କରାଯାଇଥିଲା |

ପରେ ବାପ ପୁଅକୁ ବନ୍ଧୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ନିଆଯାଇ ଥିଲା ଓ ବିନକୁ ଛାତିରେ ଛୁରା ଆଘାତରେ ତିନଟି ସିଲାଇ ପଡିବା ସହ ମୁଁଣ୍ଡରେ ଓ ପୁଅ ମିଥୁନ ହୁଇକାକୁ ମଧ୍ୟ ଡ଼ାହାଣ ପଟ ଅଣ୍ଟା ଉପରି ଭାଗରେ ଛୁରା ମାଡ଼ ହୋଇଥିବାର ଦେଖି ବନ୍ଧୁଗାଁ ଥାନାରେ ପାଞ୍ଚ ଜଣଙ୍କ ନାଁରେ ବିନ ହୁଇକାଙ୍କ ସ୍ତ୍ରୀ ବାମିଣି ହୁଇକା ଏତଲା ରୁଜୁ କରିଛନ୍ତି। ଲୋକ ଡାଉନ୍ ପୂର୍ବେ ବିନ ହୁଇକାଙ୍କୁ ପଞ୍ଚାୟତ ଦ୍ଵାରା ଦିଆଯାଇଥିବା ୩ ଲକ୍ଷ ଟଙ୍କାର କାମ କରିବା ପାଇଁ ଗୁଲମି ଗୁଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ରିପେରିଙ୍ଗ କାମ କରିବା ପାଇଁ ଦିଆ ଯାଇଥିଲା ଓ ସେହି କାମ ଆରମ୍ଭ କରି ଶେଷ ହବାକୁ ଥିବା ବେଳେ ଉକ୍ତ କାମକୁ ନେଇ ଗଣ୍ଡଗୋଳ ହୋଇଥିଲା | ଉକ୍ତ ବିଶୟକୁ ନେଇ ବାମିଣି ହୁଇକା ଗତ କାଲି ମାମଲା ରୁଜୁ ଦିଆଯାଇଥିବା ବେଳେ,ଆଜି ବିନ ହୁଇକାଙ୍କ ନାମରେ ଆକାଶ ହୁଇକା ଲିଖିତ ଭାବରେ ଥାନାରେ ଏତଲା ଦେଇଚନ୍ତି | ଉଭୟ ଦଳର ଅଭି ଯୁକ୍ତଙ୍କ ନାମରେ କେସ ୯୦,୯୧ ଦଫାରେ କେସ କରାଜାଇଛି ବୋଲି ବନ୍ଧୁଗାଁ ଥାନା ଅଧିକାରୀ ଓଆଇସି ଶ୍ରୀ ସଭ୍ୟସାଛି ସତପତି ଗଣମାଧ୍ୟମକୁ କହିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: