Tuesday, September 29, 2020
Home District News ମୁନିଗୁଡା ଥାନା ଅଧିକାରୀଙ୍କ ମୃତ୍ୟୁ ପରେ ମୁନିଗୁଡାରେ ଦୋକାନ ବଜାର ବନ୍ଦ, ମୁନିଗୁଡା ଥାନାରେ ଶୋକସଭା...

ମୁନିଗୁଡା ଥାନା ଅଧିକାରୀଙ୍କ ମୃତ୍ୟୁ ପରେ ମୁନିଗୁଡାରେ ଦୋକାନ ବଜାର ବନ୍ଦ, ମୁନିଗୁଡା ଥାନାରେ ଶୋକସଭା ପାଳନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ମୁନିଗୁଡା, ରାୟଗଡା (୧୨/୦୯): କରୋନାରେ ଆଖି ବୁଜିଲେ ମୁନିଗୁଡା ଥାନା ଅଧିକାରୀ । ଚିକିତ୍ସାଧୀନ ଥିବା ଅବସ୍ଥାରେ ମୁନିଗୁଡା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ମୃତ୍ୟୁ ହୋଇଛି। ବ୍ରହ୍ମପୁରସ୍ଥିତ ଅଶ୍ବିନୀ ହସପିଟାଲରେ ଗତକାଲି ଅପରାହ୍ନ ରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି।

This slideshow requires JavaScript.

ରାୟଗଡ଼ ଆରକ୍ଷୀ ଅଧିକ୍ଷକ ଡା .ସର୍ବଣ ବିବେକ ଏମ ମୁନିଗୁଡା ଥାନାରେ ପହଞ୍ଚି ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପୁଲିସ୍ ବିଭାଗ ସମେତ ମୁନିଗୁଡା ସହରବାସୀ ସ୍ତବ୍ଧ ହୋଇ ପଡିଛନ୍ତି । ଦେହୁରୀଙ୍କ ମୃତ୍ୟୁରେ ରାୟଗଡ଼ା ଜିଲ୍ଲା ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କୁ ହରାଇଲା ବୋଲି କହିଛନ୍ତି ରାୟଗଡା ଏସପି ଡା . ସର୍ବଣ ବିବେକ ଏମ । ସେପଟେ ଥାନା ଅଧିକାରୀଙ୍କ ସ୍ମୃତିରେ ମୁନିଗୁଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ମୁନିଗୁଡା ବିକାଶ ପରିଷଦ ଓ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲେ ଯାହାଫଳରେ ଅତ୍ୟାବଶ୍ୟକ ଦୋକାନ ବ୍ୟତିତ ସମସ୍ତ ବ୍ୟବସାୟ କେନ୍ଦ୍ର ବନ୍ଦ ରହିଥିଲା I ଗତ ସପ୍ତାହକ ତଳେ ସ୍ୱର୍ଗତ ଦେହୁରୀ ଅସୁସ୍ଥ ଅନୁଭବ କରିବା ପରେ କୋଭିଡ଼୍ ପରୀକ୍ଷା କରାଇଥିଲେ । ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ୬ ତାରିଖରେ ତାଙ୍କୁ ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । ୭ ତାରିଖରେ ସ୍ଵାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଅଶ୍ବିନୀ ହସପିଟାଲାକୁ ସ୍ଥାନାନ୍ତର କରାଯାଇଥିଲା । ୧୧ ତାରିଖ ସଂନ୍ଧ୍ୟା ସମୟରେ ଥାନା ଅଧିକାରୀଙ୍କ ପାଇଁ ମୁନିଗୁଡା ଥାନାରେ ଶୋକ ପାଳନ କରାଯାଇଛି, ଏହି ଶୋକସଭାରେ ସାମାଜିକ ଦୁରତା ରକ୍ଷା କରି ସମସ୍ତେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ଏହାକୁ ପାଳନ କରିଥିଲେ । ଏହି ସଭାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ସମେତ ବିଷମକଟକ ଏସଡିପିଓ, ମୁନିଗୁଡା ତହସିଲଦାର, ବିଡ଼ିଓ ମୁନିଗୁଡା, ବିଷମକଟକ ଓ ଅମ୍ବାଦଳା ଥାନାର ଅଧିକାରୀ ଓ କର୍ମଚାରୀ ତଥା ମୁନିଗୁଡାର ସମସ୍ତ ସାମ୍ବାଦିକ ଓ ବିକାଶ ପରିଷଦର ସଦସ୍ୟ ମାନେ ଯୋଗ ଦେଇଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: