Thursday, March 28, 2024

Top 5 This Week

Related Posts

କାନାରା ବ୍ୟାଙ୍କର ବଡମ୍ବା ଶାଖା ପରିଚାଳକ ତପନ କୁମାର ସାହୁ ନିଖୋଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୬/୦୯) : କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ ନାଟେରୀ ଛକ ନିକଟରୁ କାନାରା ବ୍ୟାଙ୍କର ବଡମ୍ବା ଶାଖା ପରିଚାଳକ ତପନ କୁମାର ସାହୁ ନିଖୋଜ ହୋଇଯାଇଛନ୍ତି ।

ଗତକାଲି ସେ ଏକ ବାଇକ ଯୋଗେ ଶଶୁର ଘର ବ୍ରହ୍ମପୁରରୁ ବଡମ୍ବାରେ ଥିବା ନିଜ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ଫେରୁଥିଲେ । ବାଟରେ ଥିବା କଳାପଥର କାର୍ଯ୍ୟାଳୟରେ କିଛି ବ୍ୟାଙ୍କ କାମସାରି ଫେରୁଥିବା ସମୟରେ ଅଧା ରାସ୍ତାରୁ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ସେପଟେ ତାଙ୍କ ଫୋନ ସୁଇଚ ଅଫ ରହିଥିବାବେଳେ ଏନେଇ କଳାପଥର ଶାଖା ପରିଚାଳକଙ୍କ ପକ୍ଷରୁ ବୈଦେଶ୍ଵର ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି । ଏତଲା ଆଧାରରେ ଏକ ମିସିଙ୍ଗ ରିପୋର୍ଟ ରୁଜ୍ଜୁ କରି ବୈଦେଶ୍ଵର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Popular Articles