Tuesday, September 29, 2020
Home District News ବିଦ୍ୟୁତ ଖୁଣ୍ଟରେ ଗାମୁଛା ଲଗାଇ ଆତ୍ମ ହତ୍ୟା କରିଥିବା ଯୁବକର ଶବ ଜବତ କଲା ପୋଲିସ

ବିଦ୍ୟୁତ ଖୁଣ୍ଟରେ ଗାମୁଛା ଲଗାଇ ଆତ୍ମ ହତ୍ୟା କରିଥିବା ଯୁବକର ଶବ ଜବତ କଲା ପୋଲିସ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୧୨/୦୯): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଳିଆପଲି ଗ୍ରାମ ନିକଟ ବାଘୁଆ ନଦୀ ହିଡ଼ ଏକ ବିଦ୍ୟୁତ ଖୁଣ୍ଟରେ ଗାମୁଛା ଲଗାଇ ଆତ୍ମ ହତ୍ୟା କରିଥିବା ଯୁବକର ଶବକୁ ପୋଲିସ ଜବତ କରିଛି |

ପୋଲିସ ତଦନ୍ତ ପରେ ଜଣାଯାଇଛି ଯେ ମୃତ ଯୁବକ ଜଣକ ନିକଟସ୍ଥ ହୁମୁକି ଗ୍ରାମର ବସନ୍ତ ନାହାକ (୨୮)ବୋଲି ଜଣାପଡିଛି | ଖବର ପାଇ ପରିବାର ଲୋକ ପହଂଚି ଭାଇ ସନ୍ତୋଷ ନାହାକ ଏତଲା ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ଅପମୃତ୍ୟ କେସ ନଂ ୨୧/୨୦ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି | ମିଳିଥିବା ଖବର ପ୍ରକାରେ ବସନ୍ତ ସୁରାଟରେ ରହୁଥିଲା କରୋନା ପାଇଁ ଗାଁକୁ ଆସି ଆଜି ସୁରାଟ ଯିବାର ଥିଲା | ଯିବା ପୂର୍ବରୁ ବାହା ହେବା ପ୍ରସ୍ତାବ ବାପା ଭାଇ କହିବା ପରେ ସେ ଵାରଣ କରି ଘରେ ପାଟିତୁଣ୍ଡ ହୋଇ ରାତିରେ ନଖାଇ ମରିଯିବି କହି କୁଆଡେ ପଳେଇଥିଲା | ତାକୁ ବିଳମ୍ବିତ ରାତି ଯାଏଁ ପରିବାର ଲୋକେ ଖୋଜା ଖୋଜି କରି ପାଇ ନ ଥିବା ବେଳେ ସେ ମଦ୍ୟପାନ କରି ନଦୀ ପାର ହୋଇ ବଳିଆପଲି ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: