Tuesday, September 29, 2020
Home Business & Private ବରଗଡ଼ ଗାଡି ଚୋରି ମାମଲା- ଗାଡି ଠିକଣା ଦେଇଥିବା ବ୍ୟକ୍ତି ନାଁ ରେ ଏତଲା ଦେଲେ...

ବରଗଡ଼ ଗାଡି ଚୋରି ମାମଲା- ଗାଡି ଠିକଣା ଦେଇଥିବା ବ୍ୟକ୍ତି ନାଁ ରେ ଏତଲା ଦେଲେ ଗାଡି ମାଲିକ

ରିପୋର୍ଟ – ନିରୋଜ କୁମାର ପାଣୀ //
ବରଗଡ଼ (ତା ୧୨/୯/୨୦): ମହାମାରୀ କରୋନା ଯୋଗୁଁ ସମୟରେ ବରଗଡ଼ ସହରରେ ରହୁଥିବା ଜଣେ କଳାକାରଙ୍କ ଗାଡ଼ି ଚୋରି ହେବା ଯେତିକି ଦୁଃଖର ବିଷୟ ତାଠାରୁ ଅଧିକ ସେହି ଚୋରି ଗାଡ଼ିର ଅବସ୍ଥାନ ବିଷୟରେ ସୂଚନା ଦେବାପାଇଁ ଜଣେ ମୋଟା ଅଙ୍କର ଅର୍ଥ ଦାବି କରିବା ପରିତାପର ବିଷୟ। ଏହାକୁ ନେଇ ବରଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଥମିବାର ନା ନେଉନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ପୋୖରାଞ୍ଚଳର ଶିବାନନ୍ଦ ନଗର ସ୍ଥିତ ମହାରାଜା କଲୋନୀରେ ରହୁଥିବା ପ୍ରମୋଦ ମହାନ୍ତି (ଲିଟୁ)ସବୁଦିନ ପରି ଗତ ୯ତାରିଖ ରାତିରେ ତାଙ୍କ ଚାରି ଚକିଆ ଯାନ OD 33 M 0775 ନମ୍ବର ବିଶିଷ୍ଟ କୃଇଜରକୁ ଘର ନିକଟରେ ରଖିଥିଲେ ।ମାତ୍ର ୧୦ ତାରିଖ ସକାଳୁ ଗାଡିଟି ସେଠାରେ ନଥିବାରୁ ବରଗଡ଼ ଟାଉନ ଥାନାରେ ଗାଡିଟି ଚୋରି ହେଇଯାଇଥିବା ନେଇ ପ୍ରଥମେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅପରାହ୍ନ ରେ ଲିଟୁ ଙ୍କ ଡ୍ରାଇଭର ଙ୍କ ପାଖକୁ ସମୀର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଫୋନକରି ଗାଡି ଟିର ଠିକଣା ସମ୍ପର୍କରେ ଜାଣିବାକୁ ରାଜ୍ ଶର୍ମା ସହ କଥା ହେବାକୁ କହିଥିଲେ । ପରେ ଲିଟୁ ରାଜ୍ ଶର୍ମା ସହ ଫୋନ ରେ କଥା ହେବାରୁ ସେ ୪୦ ହଜାର ଟଙ୍କା ଦେଲେ ଗାଡିର ଅବସ୍ଥିତି ଜଣେଇବେ ବୋଲି କହିଥିଲେ । ପରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିବାରୁ ଗାଡିଟି ବ୍ରହ୍ମଚାରୀ ରେ ଥିବା ରାଜ୍ ଶର୍ମା କହିଥିଲେ । ସନ୍ଧ୍ୟାରେ କାଦୁଅରେ ଫସି ରହିଥିବା ଗାଡିକୁ ବ୍ରହ୍ମଚାରୀରୁ ଉଦ୍ଧାର କରାଯାଇଥିଲା । ତେବେ ଗାଡିକୁ ଉଦ୍ଧାର କରିବା ପରେ ଲିଟୁ ମହାନ୍ତି ଫୋନରେ ଗାଡିର ଠିକଣା ବତେଇବା ଲାଗି ଅର୍ଥ ଦାବି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି । ତେବେ ଫୋନ କଲ ଓ ଅଡିଓ ରେକର୍ଡକୁ ଭିତ୍ତି କରି ଗାଡି ଚୋରିରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ବରଗଡ଼ ଟାଉନ ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବଂ ରାଜ ଶର୍ମାକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବରଗଡ଼ ଟାଉନ ପୋଲିସ ।

ଅଭିଯୋଗ ଗୁଡିକୁ ଅଭିଯୁକ୍ତ ଗଣମାଧ୍ୟମ ସାମନାରେ ଖଣ୍ଡନ କରିଥିବା ବେଳେ ଆଜି ବରଗଡ଼ ଟେକ୍ସି ଚାଲକ ସଂଘ ତରଫରୁ ଉକ୍ତ ଗାଡ଼ି ଚୋରି ସମ୍ବନ୍ଧରେ ଟାଉନ ଥାନାରେ ଆଉଏକ ଏଫଆଇଆର ପ୍ରଦାନ କରାଯାଇଛି । ଉକ୍ତ ଏଫଆଇଆର ରେ ସଂଘ ତରଫରୁ ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରିବା ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହି ଅବସରରେ ଟେକ୍ସି ଚାଲକ ସଂଘର ସଭାପତି କୁନୁ ସିଂହ, ସମ୍ପାଦକ ଯୋଗେନ୍ଦ୍ର ଭୋଇଙ୍କ ସହିତ ଅନ୍ୟାନ୍ୟ ଉପସ୍ଥିତ ରହିଥିଲେ । ବର୍ତ୍ତମାନ ପୋଲିସ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: