ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା କେସ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା

0
54
ସାମ୍ବାଦିକଙ୍କ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୫/୯) : ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ କାର୍ଯ୍ୟରତ ୪ ଜଣ ସାମ୍ବାଦିକଙ୍କ ବିରୋଧରେ ରାୟଗଡ ଥାନାରେ ଓଡିଶା ଜୀବିକା ମିଶନ ତରଫରୁ ଏକ ମିଥ୍ୟା କେସ କରାଯାଇଛି ।

ଏହି ପ୍ରତିନିଧିମାନେ ଜୀବିକା ମିଶନର ଦୁର୍ନୀତି ନେଇ ଖବର ପରିବେଷଣ କରିବାରୁ ସାମ୍ବାଦିକମାନଙ୍କୁ ଦମନ କରିବା ଉଦେଶ୍ୟରେ ରାୟଗଡ ଥାନାରେ ମିଥ୍ୟା କେସ କରାଯାଇଥିଲା । ଏହାକୁ ଗଜପତି ଜିଲ୍ଲାର ସାମ୍ବାଦିକମାନେ ଦୃଢ଼ ବିରୋଧ କରିବା ସହ ଗତକାଲି ଜିଲ୍ଲା ପ୍ରଶାସନକୁ ସ୍ମାରକ ପତ୍ର ପ୍ରଦାନ କରି ଏହି ମିଥ୍ୟା କେସ ପ୍ରତ୍ୟାହାର ସହ ସମ୍ପୃକ୍ତ ଜୀବିକା ମିଶନ ଅଧିକାରିଣୀଙ୍କ ଦୁର୍ନୀତିର ତଦନ୍ତ କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାମ୍ବାଦିକମାନେ ଦାବି ଜଣାଇଥିଲେ ।

ପ୍ରଶାସନ ପଦେକ୍ଷପ ଗ୍ରହଣ ନ କଲେ ଆଜି ଠାରୁ ଧାରଣା ଦିଆ ଯିବ ବୋଲି ଜିଲ୍ଲା ପ୍ରଶାସନକୁ ଗତକାଲି ଲିଖିତ ଭାବେ ଜଣାଇଥିଲେ । ପ୍ରଶାସନ ଅଣଦେଖା କରିବା ଯୋଗୁଁ ଆଜି ମଧ୍ୟାହ୍ନ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୋଧୁରୀ ଓ ତାରିଣୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ସାମ୍ବାଦିକ ରଶ୍ମି ରଞ୍ଜନ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଦିଲୀପ ଶତପଥୀ ବିଜୟ ଗୌଡ, ରଶ୍ମିରଞ୍ଜନ ମିଶ୍ର, ଆମୋଦ ବର୍ଦ୍ଧନ, ଜିତେନ୍ଦ୍ର ପାତ୍ର, ସରୋଜ ପାଣିଗ୍ରାହୀ, ସଂଜୀବ ପାଣି, ଆଲୋକ ବୋଷ, ଅମିତ ପଟ୍ଟନାୟକ, ଶିବାଜୀ ସାମ୍ବାଦିକ ଅଂଶ ଗ୍ରହଣ କରିଛନ୍ତି ।