ବିଦ୍ୟୁତ ଆଘାତରେ ମହିଳା ମୃତ

0
48
ବିଦ୍ୟୁତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୦୯) : ସୋନପୁର ସହରର କୁଞ୍ଜ ଛକ ଠାରେ ଥିବା ସ୍ମାର୍ଟପାର୍କରେ କାମ କଲାବେଳେ ବିଦ୍ୟୁତ ଆଘାତରେ ଆସି ଜଣେ ମହିଳାଙ୍କ ମୃତ୍ୟୁ

ମୃତକ ହେଲେ ଖଦାଳପଡା ର ବାସନ୍ତୀ ଦାସ । ଘାସ କାଟିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟ ହୋଇଥିବା ସୂଚନା । ସବୁଦିନ ପରି ଆଜି ସକାଳୁ ବାସନ୍ତୀ ଗ୍ରାସ କଟର ଧରି ଘାସ କାଟିବା ବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ । ସେଠାରେ ମର୍ଣିଂ ୱାକ୍ କରୁଥିବା କିଛି ଲୋକ ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନା କୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମହିଳା ଙ୍କ ସମ୍ପର୍କୀୟ ମାନେ ଉଚିତ କ୍ଷତି ପୂରଣ ଦାବି କରିଛନ୍ତି l