Tuesday, September 29, 2020
Home Corona Lockdown ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବରୀ ବନ୍ୟାଞ୍ଚଳରେ ନିଆରା ସେବା

ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବରୀ ବନ୍ୟାଞ୍ଚଳରେ ନିଆରା ସେବା

ରିପୋର୍ଟ; ସତ୍ୟଜିତ ବାରିକ //
ଯାଜପୁର (୧୧/୦୯): ରାଜ୍ଯରେ କରୋନା ଭୂତାଣୁ ବିଭିଷିକା ରଚିଥିବା ବେଳେ ଏବେ ପୁଣି ମହାବନ୍ୟା ବରୀ ବାସୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ବରୀ ବାସୀ ଗୋଟିଏ ପଟେ କରୋନା ସହ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ବନ୍ୟାଜଳ ଘେରରେ ଫସି ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି।

ତେବେ ଏହାରି ମଧ୍ୟରେ ଏମାନଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ସ୍ବେଛାସେବୀ ଅନୁଷ୍ଠାନ ଡୁଡ଼ନୁ ଫାଉଣ୍ଡେସନ ଟ୍ରଷ୍ଟ ଅଣ୍ଟା ଭିଡିଛି। ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ପକ୍ଷରୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ବ୍ଲକ ଅରଙ୍ଗାବାଦ ପଞ୍ଚାୟତ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମ ଓ ରାମ୍ପା ପଞ୍ଚାୟତ ଅନ୍ତର୍ଗତ ଦ୍ଵିଧେଇ ଗ୍ରାମ ରେ ପାୟ ୧୫୦ ରୁ ଉର୍ଦ୍ଧ ପରିବାର ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଟ୍ରଷ୍ଟ ର ଅଧ୍ୟକ୍ଷା ଡ଼ ବନ୍ଦନା ହରିଚନ୍ଦନ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ କୁମାର ହରିଚନ୍ଦନ ଙ୍କ ନେତୃତ୍ବରେ ଏହି ସମସ୍ତ କାଯ୍ୟକ୍ରମ ସମ୍ପାଦନା ହୋଇଥିଲା । ଏହି ସେବା କାଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏହି କାଯ୍ୟକ୍ରମ ରେ ଟ୍ରଷ୍ଟ ଉପସଭାପତି ବିକାଶ ରାଉତ, ବିନ୍ଦାସ ଚୀନୁ, କୋଷାଧକ୍ଷ ମମତା ମହାପାତ୍ର, ସଭ୍ଯ ଗଣେଶ ଚନ୍ଦ୍ର ଜେନା, ଝରଣା ରାଉତ, ରଶ୍ମିତା ମହାନ୍ତି, ତାପସ ମହାନ୍ତି, ସୂର୍ଯ୍ୟାଲୋକ ସମାଜସେବା ସଭାପତି ଶ୍ରୀଯୁକ୍ତ ବାସୁ ଦାସ , ଯାଜ୍ଞଶ୍ରୀ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ମାନବ ସେବା କୁ ମାଧବ ସେବା ରେ ପରିଣତ କରି ଟ୍ରଷ୍ଠ ପକ୍ଷରୁ ବିଗତ ଦିନମାନଙ୍କରେ ବହୁ ଜନହିତକର କାର୍ଯ୍ଯକ୍ରମ ଯଥା କରୋନା ସଚେତନତା ଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ, ମାକ୍ସ ବଣ୍ଟନ, ସାନିଟାଇଜର, ଯାଆଁଳା ସ୍ଥିତ ଲେପରସି କଲୋନୀ ରେ ଶୁଖିଲା ଖାଦ୍ୟ ବଣ୍ଟନ ସହ ମାର୍ସା ଘାଇ ବସ୍ତି ରେ ମଧ୍ଯ ବଣ୍ଟନ କରାଯିବା ସହ, ବନ୍ୟା ପ୍ରଭାବିତ ଙ୍କୁ ନିମାପଡା ପଞ୍ଚାୟତ ରେ ବିଗତ ଦିନ ମଧ୍ୟରେ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି, ଏଭଳି ମହତ୍ କାଯ୍ୟ ପାଇଁ ଟ୍ରଷ୍ଟ ବହୁ ପ୍ରଶଂସା ସାଉଁଟିଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: