ସଚେତନତା କାର୍ଯ୍ୟକ୍ରମ ପାଇଁ ବ୍ଳକ କଂଗ୍ରେସ କମିଟିର ପ୍ରସ୍ତୁତି ବୈଠକ

0
84
ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂପୁର, (୨୪/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ରେ ସଚେତନତା କାର୍ଯ୍ୟକ୍ରମ ପାଇଁ କଲ୍ୟାଣସିଂପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବ୍ଳକ କଂଗ୍ରେସ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ କଂଗ୍ରେସ ଦଳର ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଜରୁରୀ କାଳୀନ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଲୋଚନା କରିଥିଲେ ଯେ ଚଳିତ ମାସ ୨୫ ତାରିଖ ଠାରୁ ଆସନ୍ତା ମାସ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ରେ ଘର ଘର ବୁଲି ଆଗାମୀ ନିର୍ବାଚନ ପାଇଁ ଲୋକ ଙ୍କୁ ସଚେତନତା ଲୋକ ମାନଙ୍କୁ କଂଗ୍ରେସ ର ବାର୍ତ୍ତା ପହଞ୍ଚାଇବାକୁ ଆଲୋଚନା କରିଥିଲେ । ଏହି ବୈଠକ ବ୍ଲକ ସଭାପତି ସି ଏଚ ନାଗେଶ୍ୱର ରାଓ ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା । ଏହି ବୈଠକରେ କଲ୍ୟାଣସିଂହପୁର ବ୍ଲକ ର ୧୪ଟି ପଞ୍ଚାୟତ ର ପଞ୍ଚାୟତ ସଭାପତି ଉପସ୍ଥିତ ରହିଥିବା ବେଳେ ବ୍ଳକ ର ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ପି ସି ସି ସଭ୍ୟ ଅଶ୍ୱିନୀ ମହାପାତ୍ର, ଡି ଆଇ ୟୁ ସି ସଭ୍ୟ ଗୁଡ଼ଲା ପ୍ରସାଦ ରାଓ ସମେତ ବ୍ଳକର ପ୍ରତେକ ପଞ୍ଚାୟତ ର କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ ।