Tuesday, September 29, 2020
Home Corona Breaking କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସରପଞ୍ଚ କରୋନା ଯୋଦ୍ଧାଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସରପଞ୍ଚ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //
କଳାହାଣ୍ଡି (୧୧/୦୯/୨୦୨୦): କଳାହାଣ୍ଡି ଜିଲ୍ଲାରେ ବୁଧବାର ପ୍ରଥମ ସରପଞ୍ଚ କରୋନା ଯୋଦ୍ଧା ଙ୍କ ମୃତ୍ୟୁ ହୋଇଛି।ସୂଚନା ରୁ ପ୍ରକାଶ ଯେ ଗତ ଅଗଷ୍ଟ ୩୧ତାରିଖ ଦିନ ଜୁନାଗଡ଼ ବ୍ଲକ୍ ଭଇଁରିଗୁଡ଼ା ସରପଞ୍ଚ ଲକ୍ଷ୍ମୀଧର ପାତ୍ର(୬୩) ଅସୁସ୍ଥ ହେବାପରେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ।

ସେଠାରେ ଆଣ୍ଟି ଜେନ ପରୀକ୍ଷା ପରେ ପଜିଟିଭ୍ ବାହାରିଥିଲା।ତାଙ୍କୁ ଭବାନୀପାଟଣା ବନ୍ଦୋପଲା ସ୍ଥିତ କୋଭୀଡ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା।କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା।ବୁଧୁବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍ ନିୟମାବଳୀ ଅନୁଯାୟୀ ସରକାରୀ ଭାବରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।ସେ ଦ୍ଵିତୀୟ ଥର ପାଇଁ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ଥିଲେ।ବୁଧବାର ସନ୍ଧ୍ୟାରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର,ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା,ବିଡ଼ିଓ ଦୁଲାରାମ ମାରାଣ୍ଡି,ଥାନା ଅଧିକାରୀ ଉତ୍ତମ କୁମାର ସାହୁ,ସମେତ ଅନେକ ଅଧିକାରୀ ଓ କର୍ମଚାରୀଏବଂ ଗ୍ରାମ ବାସି ମୃତ ଯୋଦ୍ଧାଙ୍କୁ ଶର୍ଦ୍ଧାଞଳି ଦେଇଥିଲେ।ସେ ଜଣେ କର୍ମଠ ମେଲାପି ଓ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କର ମହତ୍ ଭୂମିକା ଥିଲା। ସେ ଜଣେ ସମାଜସେବୀ ବ୍ୟକ୍ତି ଭାବେ ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ।ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: