Friday, March 29, 2024

Top 5 This Week

Related Posts

ପ୍ରଥମ ଶ୍ରେଣୀ ଅଦାଲତ ନିର୍ମାଣ ନିମନ୍ତେ ଜାଗା ଚିହ୍ନଟ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୪/୯) : ଗୁଡ଼ାରୀ ରେ ପ୍ରଥମ ଶ୍ରେଣୀ ଅଦାଲତ ନିର୍ମାଣ ନିମନ୍ତେ ରବିବାର ଦିନ ରାୟଗଡା ଜିଲ୍ଲା ଜର୍ଜ ସତ୍ୟ ନାରାୟଣ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସ୍ଥାନ ଚିହ୍ନଟ କରାଯାଇଛି ।

ସହର ନିକଟସ୍ଥ ବାମୁଣିଡ଼ଙ୍ଗର ରାସ୍ତାର ନିର୍ମାଣ ଧିନ ପାଣି ଟାଙ୍କି ନିକଟରେ ୩ ଏକର ସରକାରୀ ଜମିରେ ଏହି ଅଦାଲତ ନିର୍ମାଣ ନିମନ୍ତେ ସ୍ଥାନ ଚିହ୍ନଟ ହୋଇଛି । ପ୍ରଥମେ ସ୍ଥାନୀୟ ବଂଶଧାରା ନଦୀ ନିକଟରେ ସ୍ଥାନ ସମୀକ୍ଷା କରାଯାଇଥିଲା କିନ୍ତୁ ସେଠାରେ ଅଦାଲତ ନିର୍ମାଣ ପାଇଁ ପରିବେଶ ଅନୁକୂଳ ନଥିବା ଶ୍ରୀ ଜର୍ଜ ଦର୍ଶାଇ ଥିଲେ । ଗୁଡ଼ାରୀ ତହସିଲଦାର ଭାରତୀ ଦେବୀ, ରେଜିଷ୍ଟ୍ରର ରାୟଗଡା ଦେବୀ ଜ୍ୟୋତି ମହାପାତ୍ର, ଗୁଡ଼ାରି ରାଜସ୍ୱ ନିରୀକ୍ଷକ ଦେବେନ୍ଦ୍ର ହିମିରିକା, ଆଇନଜୀବୀ ରମେଶ ଲିମା, ବ୍ଲକ ଲିଗାଲ ଆଡ଼ଭାଇଜର ଜଗଦୀଶ ଚନ୍ଦ୍ର ଗମାଙ୍ଗ, ବ୍ଲକ ବି ପି ଏମ ମାନସ ବାରିକ, ତହସିଲ କର୍ମଚାରୀ ଦୋରା ବାବୁ, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ଥାନ ଚିହ୍ନଟ ପ୍ରକ୍ରିୟା ସମ୍ପାଦିତ କରିଥିଲେ ।

ଗୁଡ଼ାରୀ ଅଞ୍ଚଳ ବାସୀ ଏହି କାର୍ଯ୍ୟ ନିମନ୍ତେ ଗୁଣୁପୁର ଯିବାକୁ ପଡୁଥିଲା । ତେଣୁ ଗୁଡ଼ାରୀ ରେ ଏହି ଅଦାଲତ ସ୍ଥାପନ ନିମନ୍ତେ ଅଞ୍ଚଳବାସୀ ସ୍ଥାନୀୟ ଶାସକ ଦଳ ପାଖେ ବାରମ୍ବାର ଦାବୀ କରିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ବିଜେଡି ଦଳର କିଛି ନେତା ମାନେ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କୁ ଯାଇ ଭେଟିଥିଲେ । ଶ୍ରୀ ସାରକାଙ୍କ ପ୍ରଚେଷ୍ଟା ରେ ଏହି ଅଞ୍ଚଳରେ ଅଦାଲତ ନିର୍ମାଣ ହେବା ନେଇ ଜାଗା ଚିହ୍ଣଟ ହୋଇଥିବାରୁ ଏହି ଅଞ୍ଚଳ ବାସୀ ସହ ବିଜୁ ଜନତା ଦଳ ଗୁଡାରୀରୁ ସରକାର ଙ୍କୁ ଧନ୍ୟବାଦ ଜଣାଇବା ସହ ଆଇନ ମନ୍ତ୍ରୀ ଶ୍ରୀ ସାରକା ଓ Bsky ଉପଦେଷ୍ଟା ଶ୍ରୀ ସୁଧୀର ଦାସଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

Popular Articles