Tuesday, September 29, 2020
Home District News ଅଜଣା ରୋଗରେ ଚାଷୀ ହତାଶ,ପଦ୍ମପୁର

ଅଜଣା ରୋଗରେ ଚାଷୀ ହତାଶ,ପଦ୍ମପୁର

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର,ତା ୧୧ ୵ ୯ ୵ ୨୦): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ କୃଷି କାର୍ଯ୍ୟାଳୟରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର,ରସମୁଣ୍ତା, ଡେଙ୍ଗନାହିଡୀ ଗ୍ରାମ |

ଏଠାରେ ଶତକଡା ୪୦ ଭାଗ ଧାନ ଚାଷ ଜମିରେ ପତ୍ର ପୋଡ଼ା, ବଙ୍କି,ମହିସା,ଗଣ୍ଠି ପୋକ ସହ ଅଜଣା ରୋଗରେ ଧାନ ଗୁଡିକ ପାଚିସଡି ମାଟିରେ ମିଶିବାକୁ ଗଲାଣି । ବାରମ୍ବାର ଫାରର୍ମ ଗୃପରେ ଚାଷୀ ମାନେ ଫଟୋ ଚିତ୍ର ସହ ରୋଗ ବାବଦରେ ତଥ୍ଯ ସଂଗ୍ରହ କରିବାକୁ ଚାହୁଁଥିଲେ ମଧ୍ଯ କୈାଣସି ସଫଳ ମିଳୁନାହିଁ । ପ୍ରକାଶ ଥାଉକି ଏହି ଗୃପରେ କୃଷି କାର୍ଯ୍ୟାଳୟର କିଛି ଅଧିକାରୀ ମାନେ ଜଡିତ ଅଛନ୍ତି । ବାରମ୍ବାର ଚାଷୀ କାନ୍ଧରେ ରାଜ୍ୟ ଓ କେନ୍ଦ୍ର ସରକାର ସହ ଛୋଟ ବଡ ନେତା ମାନେ ନିର୍ବାଚନି ବୈତରଣୀ ପାର ହୋଉଥିବା ବେଳେ ଏଠାରେ ଚାଷୀ ମୃତ୍ୟୁ ମୁଖରେ ପଡୁଛି । ବିଗତ ୩ ବର୍ଷ ହେବ ପ୍ରଧାନମନ୍ତ୍ରୀ ଫସଲ ବୀମା ରୁ ଚାଷୀ ବଞ୍ଚିତ । ରାଜ୍ୟ ସରକାରଙ୍କ ପାତରଅନ୍ତର ନିତି ବିମା ଓ କୃଷି ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହରଡ ଘଣାରେ ଚାଷୀ । ଦୁର୍ଭାଗ୍ଯ ବିଷୟ ଏହା ଯେ ଏଠିକାର ଜନପ୍ରତିନିଧି ମାନଙ୍କର କୃଷକଙ୍କ ପ୍ରତି ଶ୍ରଦ୍ଧା ସହ ଯୋଗ ନାହିଁ । ମାଗଣା ଔଷଧ ଓ ବୀମା ରାଶି ଯୋଗାଇ ଦେବା ପାଇଁ ଚାଷୀ କୃଳ ଦାବି ହୁଏ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: