Friday, March 29, 2024

Top 5 This Week

Related Posts

ବି.ଏସ.କେ.ୱାଇ ଯୋଜନା ରେ ସାମିଲ ପାଇଁ ବରିଷ୍ଠ ନାଗରିକଙ୍କ ଦାବୀ ପତ୍ର ପ୍ରଦାନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୯) : ବିଭିନ୍ନ ସମସ୍ୟା ନେଇ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ନିବେଦିତା ନାଏକ ଙ୍କୁ ସୋନପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ କର୍ମକର୍ତ୍ତା ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l

ଏବଂ ତାଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ବରିଷ୍ଠ ନାଗରିକ ବିଶେଷ କରି ତୃତୀୟ ଓ ଚତୁର୍ଥ ବର୍ଗ ର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ କରିବାକୁ, ଓ ମେଡିକାଲ ମାନଙ୍କ ରେ ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ ର ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଗତ ସମସ୍ୟା ଉପରେ ଆଲୋଚନା କରିଥିଲେ l ଦାବୀ ର ଯଥାର୍ଥତା କୁ ହୃଦୟଙ୍ଗମ କରି ଉପଦେଷ୍ଟା ମହାଶୟା ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦେବାକୁ ଦୃଢ଼ ପ୍ରତିଶୁତି ଦେଇଛନ୍ତି l

ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲl ରୁ ପ୍ରଥମ କରି ଏହି ପ୍ରସ୍ତାବ ଆଗତ କରାଯାଇଥିବାରୁ ସେ ଭୁୟସୀ ପ୍ରଶଂସା କରି ଏଇ ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର ନଳିନୀ ସହର ତଥା ପ୍ରlକୃତିକ ଶୋଭାରଜି ର ଉଚ୍ଚ ପ୍ରଶଂସା କରିଥିଲେ l ଏହି ପ୍ରତିନିଧି ମଣ୍ଡଳୀ ରେ ବରିଷ୍ଠ ନାଗରିକ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟ ନାୟକ, ଉପଦେଷ୍ଟା ଗୋରେଖ ନାଥ ସାହୁ, ପ୍ରଦୀପ ପୁରୋହିତ, ଲୋକେଶ ପଧାନ, ଦିଲ୍ଲୀପ ରଥ, ନାରୀ ନେତ୍ରୀ ମିନା ମହାରଣl, ପ୍ରମୁଖ ଯୋଗ ଦେଇଥିଲେ l

Popular Articles